ତୀର୍ଥଯାତ୍ରାରେ ଗଲେ ହେଲେ ୮ ମାସ ହେଲା ଫେରି ନାହାନ୍ତି ବୁଦ୍ରା କାଳିଆ

ତୀର୍ଥଯାତ୍ରାରେ ଗଲେ ହେଲେ ୮ ମାସ ହେଲା ଫେରି ନାହାନ୍ତି ବୁଦ୍ରା କାଳିଆ

ଓଡିଶା କୋରାପୁଟ ଜିଲ୍ଲା

#୮_ମାସ_ହେଲା_ଫେରି_ନାହାନ୍ତି_ବୁଦ୍ରା_କାଳିଆ    କୋରାପୁଟ- (ନିରଜ ଶତପଥୀ) ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚମ୍ପାଖେନ୍ଦା ଗ୍ରାମର ବୁଦ୍ରା କାଳିଆ ନାୟକ ନାମକ ଜଣେ ବରିଷ୍ଠ ନାଗରିକ ପ୍ରଶାସନ ଦ୍ୱାରା  ଆୟୋଜିତ ତୀର୍ଥ ଯାତ୍ରାରେ ଅନ୍ୟ ମାନଙ୍କ ସହିତ ଗତ ଫେବୃଆରୀ ମାସ ୨୮ ତାରିଖରେ ତିରୁପତି ଯାତ୍ରା କରିଥିଲେ। ତିରୁପତି ରେ ବୁଦ୍ରା କେଉଁଆଡ଼େ ନିଖୋଜ ହୋଇ ଯାଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରା ଯାଇଛି। ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ। ଏ ସମ୍ପର୍କରେ ପରିବାର ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ଗାଇଡ଼ ରୂପେ ଜଣକୁ ପାଠଆ ଯାଇଥିଲା।

ତେବେ ଗାଇଡର ଙ୍କ ଦାୟିତ୍ୱ ହୀନତା ଯୋଗୁ ଏପରି ଏକ ଘଟଣା ଘଟି ଯାଇଛି। ଚମ୍ପା ଖେନ୍ଦାର ପୂର୍ବତନ ସରପଞ୍ଚ ବଳରାମ ଚପାଡି ତିରୁପତି ଯାଇ ଏ ଏ ବି ଖୋଜା ଖୋଜି କରୁଛନ୍ତି। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲ୍ଲାରେ ଏପରି ଘଟଣା ଘଟିଚାଲିଥିବ ଏଥିରେ ସନ୍ଦେହ ନାହିଁ। ଏହା ଯେ ପ୍ରଥମ ଘଟଣା ତା ନୁହେଁ। ଏଥି ପୂର୍ବରୁ କୋରାପୁଟ ବ୍ଲକ ଅଂଚଳର ଜଣେ ଦିବ୍ୟଙ୍ଗ କୁ ସିଲାଇ ତାଲିମ ପାଇଁ ପ୍ରଶାସନ ପକ୍ଷରୁ  ଭୁବନେଶ୍ୱର ନିଆ ଯାଇଥିଲା। ତେବେ ସେଠାରେ ସେ ନିଖୋଜ ହୋଇ ଯାଇଥିଲେ।

ଦୀର୍ଘ ୮ ମାସ ହେଲାଣି ଏବେ ବି ପୁଅର ଆସିବା ବାଟକୁ ଅନାଇ ରହିଛନ୍ତି ବୃଦ୍ଧ ବାପା-ମା। ପ୍ରଶାସନ କିନ୍ତୁ ଥାନାରେ ଏକ ଅଭିଯୋଗ କରି ଚୁପ ହୋଇ ବସି ରହିଛି। ଥରେ ଭାବି ଦେଖନ୍ତୁ, ଏକ ମାତ୍ର ପୁଅ କୁ ହରାଇ ବୃଦ୍ଧ ବାପା ମା ଙ୍କ ଅବସ୍ଥା କିପରି କଟୁଥିବ। ଏହିପରି ଦାୟିତ୍ୱ ହିନ ସରକାରୀ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ନିହାତି ଆବଶ୍ୟକତା ରହିଛି।