ମୃତ ନବଜାତକକୁ ଝୁଣି ଖାଇଲା କୁକୁର

ମୃତ ନବଜାତକକୁ ଝୁଣି ଖାଇଲା କୁକୁର

ଓଡିଶା ଜିଲ୍ଲା ରାଜ୍ୟ ରାୟଗଡା

#ମୃତ_ନବଜାତକକୁ_ଝୁଣି_ଖାଇଲା_କୁକୁର   ରାୟଗଡ଼ା: ମୃତ ନବଜାତ ଶିଶୁର ଶରୀରକୁ ଆଜି ଝୁଣି ଖାଇଛି କୁକୁର। ରାୟଗଡା ସହରର ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ ନଦୀ କୂଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିଶୁର ମୃତଦେହକୁ ଧରି କୁକୁର ବୁଲୁଥିବା ଦେଖି କିଛି ଲୋକ ଗଣମାଧ୍ୟମ ଓ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ କୁକୁର ଧରି ନଦୀ ତଳକୁ ଖସି ପଳାଇଥିଲା। ଶିଶୁର ଗୋଟିଏ ହାତକୁ କୁକୁର ଖାଇ ଦେଇଥିବା ଜଣା ପଡିଛି। ନଦୀକୂଳରେ ଶ୍ମଶାନ ଥିବାରୁ କୁକୁର ସେଠାରୁ ହିଁ ମୃତଦେହକୁ ଅଣିଥିବାର ସନ୍ଦେହ କରାଯାଉଛି | କେହି ଶିଶୁର ମୃତ୍ୟୁ ପରେ ଶ୍ମଶାନରେ ପୋତି ଦେଇଥିବା କିମ୍ବା ଫୋପାଡ଼ି ଚାଲି ଯାଇଥିବା ଯୋଗୁ କୁକୁର ଏପରି କରିଥିବା ପ୍ରଶାସନ ଅନୁମାନ କରିଛି।