ଆଜିଠାରୁ କରୋନା ମୁକାବିଲା ଅଭିଯାନ , ଘରକୁ ଘର ଯାଞ୍ଚ କରିବେ ଆଶା ଓ ଏଏନଏମ

ଆଜିଠାରୁ କରୋନା ମୁକାବିଲା ଅଭିଯାନ , ଘରକୁ ଘର ଯାଞ୍ଚ କରିବେ ଆଶା ଓ ଏଏନଏମ

ଓଡିଶା ବଡ ଖବର

#ଆଜିଠାରୁ_କରୋନା_ମୁକାବିଲା_ଅଭିଯାନ         ଭୁବନେଶ୍ୱର   : ଆସନ୍ତାକାଲି (ମଙ୍ଗଳବାର) ଠାରୁ କରୋନା ପରୀକ୍ଷଣ ପାଇଁ ସମଗ୍ର ରାଜ୍ୟରେ ଏକ ଅଭିଯାନ ଆରମ୍ଭ ହେଉଛି । ସମସ୍ତ ଆଶା ଦିଦି ଓ ଏଏନ୍ଏମ୍ ଦିଦିମାନେ ରାଜ୍ୟର ଗ୍ରାମାଞ୍ଚଳର ପ୍ରତ୍ୟେକ ଘର ଏବଂ ସହରାଞ୍ଚଳରେ ଥିବା ସମସ୍ତ ବସ୍ତିର ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ । ଯାହା ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବେ ତେବେ ସଙ୍ଗେ ସଙ୍ଗେ ତାଙ୍କର ପରୀକ୍ଷା କରାଇବେ । ଏହି ଅଭିଯାନ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
ରାଜ୍ୟର କୌଣସି ବି କରୋନା ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ଯେପରି ବଞ୍ଚିତ ନହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଏହି ଅଭିଯାନ କରାଯାଉଥିବା ଶ୍ରୀମତୀ ପଣ୍ଡିତ କହିଛନ୍ତି ।