ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ

ଓଡିଶା ଜିଲ୍ଲା ବଡ ଖବର ବାଲେଶ୍ୱର

#ରାଜ୍ୟରେ_ପୁଣି_୫_କରୋନା_ସଂକ୍ରମିତ_ଚିହ୍ନଟ           ଭୁବନେଶ୍ବର: ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ । ସୋମବାର ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍  ପକ୍ଷରୁ ଏହି ସୂଚନା ମିଳିଛି । ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱରର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି। ଏହି ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି କ’ଣ ରହିଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ରାଜ୍ୟ ସରକାର ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକିୟା ଆରମ୍ଭ କରିଛନ୍ତି ।ଏହି ସମସ୍ତ ଆକ୍ରାନ୍ତଙ୍କ ଲିଙ୍କ୍ ପଶ୍ଚିମବଙ୍ଗ ସହିତ ରହିଛି ନା ନାହିଁ ସେ ସଂପର୍କରେ ଅନୁଧ୍ୟାନ ଜାରି ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦୮ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨ ରହିଥିବା ବେଳେ ଚିକିତ୍ସିତ ହେଉଛନ୍ତି ୩୫ ଜଣ ଏବଂ ଜଣେ ପ୍ରାଣ ହରାଇଛନ୍ତି । ଗତକାଲି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ପୁଣି ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି ।