ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଜୟଦେବ ଜୟନ୍ତୀ ପାଳିତ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଜୟଦେବ ଜୟନ୍ତୀ ପାଳିତ

ଓଡିଶା

#ବିଭିନ୍ନ_ସ୍ଥାନରେ_ଶ୍ରୀଜୟଦେବ_ଜୟନ୍ତୀ_ପାଳିତ                ଭୁବନେଶ୍ବର  : ରାଜ୍ୟ ସରକାରଙ୍କ କରୋନା ପ୍ରତିହତ ଆଇନ ଯୋଗୁ ଚଳିତବର୍ଷ ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ଓ ସଂକୀର୍ତ୍ତନ ଯାତ୍ରା ପାଳିତ ହୋଇପାରି ନଥିଲା । ମାତ୍ର ନିର୍ଦ୍ଦିଷ୍ଟ ସାମାଜିକ ଦୂରତା ରକ୍ଷା କରି ରାଜ୍ୟର ବହୁ ସ୍ଥାନରେ ଦେବପୀଠମାନଙ୍କରେ ଯଥାରିତି ପୂଜା ପାଳିତ ହୋଇଯାଇଛି । ବିଶେଷତଃ ଭୁବନେଶ୍ୱର ସନ୍ନିକଟସ୍ଥ କେନ୍ଦୁବିଲ୍ୱଠାରେ ଥିବା ପଦ୍ମାବତୀ ଓ ଶ୍ରୀକୃଷ୍ଣ ବାସୁଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଯଥାବିଧି କରାଯାଇଛି । ଏହା ବ୍ୟତୀତ କୋଣାର୍କ, କାକଟପୁର ମା’ ମଙ୍ଗଳା, ନିଆଳି, ଅଡ଼ଶପୁର, ନୟାଗଡ଼ର ଦୁର୍ଦୁରା, ଖୋର୍ଦ୍ଧାର ଅସରଳ, ବୀରପ୍ରତାପପୁର ପ୍ରଭୃତି ସ୍ଥାନରେ ଜୟଦେବ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଛି । ଏ ସମ୍ପର୍କରେ ଆସିଥିବା ଖବର ଅନୁଯାୟୀ କୁରାଙ୍ଗସ୍ଥିତ ପ୍ରାଚୀପ୍ରଜ୍ଞା ପ୍ରତିଷ୍ଠାନ, ନହରକଣ୍ଟାର ଶ୍ରୀ ଜୟଦେବ ଫର୍ମାସୀ ମହାବିଦ୍ୟାଳୟ, ଭୁବନେଶ୍ୱର ସହିଦନଗରସ୍ଥିତ ଜୟଦେବ କମ୍ପେ୍ଲକ୍ସରେ ଶ୍ରୀଜୟଦେବ ଓ ଶ୍ରୀଜଗନ୍ନାଥଙ୍କର ପୂଜାର୍ଚ୍ଚନା ସହ ଉତ୍ସବ ପାଳନ କରାଯାଇଥିବା ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି ।