ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ଗିରଫ

ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ଗିରଫ

ଓଡିଶା କଳାହାଣ୍ଡି ଜିଲ୍ଲା
#ଦେଶୀ_ମଦ_ରାନ୍ଧୁଥିବା_ସମୟରେ_ଜଣେ_ଗିରଫ        ଭବାନୀପାଟଣା  :  (ରଜନୀ କାନ୍ତ ମୁନି )    କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ  ମେଲ ଘୁଟୁ ଗ୍ରାମ ରେ ଦେଶୀ ମଦ ରାନ୍ଧୁଥିବା ସମୟରେ ଜଣେ ବ୍ୟକ୍ତିକୁ ବିଶ୍ୱନାଥ ପୁର ପୋଲିସ   ଗିରଫ କରିବା ସହ ମଦ ଜବତ କରିଛି l ପୋଲିସ ସୂତ୍ରରୁ  ଜଣାପଡିଛିଯେ, ଆଜି ପୋଲିସ କୋଭିଡି-19 ପାଇଁ ଏହି ଅଞ୍ଚଳ ରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ର ରୁ ଦେଶୀ ମଦ ରନ୍ଧା ହୋଇ ବିକ୍ରି ହେଉ ଥିବା ଖବର ପାଇଥିଲା l ପୋଲିସ ମଦ ରନ୍ଧା ହେଉ ଥିବା ସ୍ଥାନ କୁ ଯିବା ବେଳେ ଝରଣା ନିକଟ ରେ ମଦ ରାନ୍ଧୁ ଥିବା ଦେଖିଥିଲା।  ପୋଲିସ କୁ ଦେଖି ଗ୍ରାମର ଗୋପ ସୁନା ମଦ ରାନ୍ଧିବା ଛାଡି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ କାବୁକରି ଗିରଫ କରିଥିଲା ଓ ରନ୍ଧା ମଦ ୯ ଲିଟର ଜବତ କରିଥିଲା l ଅବକାରୀ ଆଇନ ଅନୁଯାୟୀ ଅଭିଯୁକ୍ତକୁ   ଆଇପିସି ଧାରା ୫୨ (ଏ )ରେ ଗିରଫ କରା ଯାଇଥିବା ଜଣାପଡିଛି l