ଜାତୀୟ ରାଜପଥକୁ ଅବରୋଧ କଲେ ଶହ ଶହ ପ୍ରବାସୀ

ଜାତୀୟ ରାଜପଥ ଅବରୋଧ କଲେ ଶହ ଶହ ପ୍ରବାସୀ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର

#ଜାତୀୟ_ରାଜପଥକୁ_ଅବରୋଧ_କଲେ_ଶହ_ଶହ_ପ୍ରବାସୀ          ବ୍ରହ୍ମପୁର: ବିଭିନ୍ନ ରାଜ୍ୟରୁ ଆସି ବ୍ରହ୍ମପୁରରେ ପହଞ୍ଚିଥିବା ପ୍ରବାସୀ ମାନଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିବାର ଅଭିଯୋଗ କରି ଗୁରବାର ପୂର୍ବାହ୍ଣରେ ଶହ ଶହ ପ୍ରବାସୀ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ବ୍ରହ୍ମପୁରଠାରେ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିବା ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ଆସି ହଳଦିଆ ପଦର ବସଷ୍ଟାଣ୍ଡରେ ପଡ଼ି ରହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଖାଇବା ପିଇବା ସୁବିଧା ନ ଥିବା ସହ ନିଜ ଗ୍ରାମକୁ ଯିବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନାହିଁ। ପ୍ରବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ  ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରା ନଯିବା ପର୍ଯ୍ୟନ୍ତ ସେମାନେ ଜାତୀୟ ରାଜପଥ ଅବରୋଧ କରିଣଖିବେ ବୋଲି କହିଛନ୍ତି। ପ୍ରବାସୀଙ୍କ ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ବ ରେ ଗାଡି ମଟର ଅଟକି ରହିଛି ।