ଥାନା ଘେରାଉ ପରେ ପ୍ରବାସୀ ବସ ରେ ପଠାଇଲା ପ୍ରଶାସନ

ଥାନା ଘେରାଉ ପରେ ପ୍ରବାସୀ ବସ ରେ ପଠାଇଲା ପ୍ରଶାସନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଥାନା_ଘେରାଉ_ପରେ_ପ୍ରବାସୀଙ୍କୁ_ବସରେ_ପଠାଇଲା_ପ୍ରଶାସନ      କେନ୍ଦ୍ରାପଡା  : ଗୁଜୁରାଟର ସୁରତର ଜିନ୍ଦୋଲି ଥାନା ଅଂଚଳରେ ରହୁଥିବା କେନ୍ଦ୍ରାପଡାର ପ୍ରବାସୀ ମାନେ ଚଳିତ ମାସ ୧୫ ତାରିଖରେ ଥାନ ଘେରାଉ କରିଥିଲେ । ଟ୍ରେନ ଟିକଟ ପାଇଁ ଦାୟିତ୍ୱ ନେଇଥିବା ଦଲାଲ ପ୍ରବାସୀଙ୍କ ନାମରେ ଟିକଟ କିଣି ଚଢା ଗଞ୍ଜାମ ଜିଲ୍ଲାବାସୀଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ କରି କେନ୍ଦ୍ରାପଡାର ପ୍ରବାସୀ ମାନେ ଥାନା ଘେରାଉ କରିଥିଲେ । ଫଳରେ ଥାନା ପକ୍ଷରୁ ସଂପୃକ୍ତ ଦଲାଲଙ୍କୁ ଥାନାରେ ଅଟକ ରକାଯାଇ ପଚରାଉଚରା କରାଯିବା ସହ ସେଠାକାର ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲା । ତେବେ କେନ୍ଦ୍ରାପଡା ବ୍ଲକର ଏହି ପ୍ରବାସୀ ମାନଙ୍କୁ ଜିନ୍ଦୋଲି ଥାନା ଅଂଚଳରୁ ବସ ଯୋଗେ କେନ୍ଦ୍ରାପଡାକୁ ପଠା ଯାଇଥିବାର ଜଣା ପଡିଛି ।