ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଶିଳ୍ପସଚିବଙ୍କ ସମୀକ୍ଷା

ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଶିଳ୍ପସଚିବଙ୍କ ସମୀକ୍ଷା

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର

#ସମ୍ଭାବ୍ୟ_ବାତ୍ୟାର_ମୁକାବିଲା_ନିମନ୍ତେ_ଶିଳ୍ପସଚିବଙ୍କ_ସମୀକ୍ଷା           ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ଦାୟୀତ୍ୱରେ ଥିବା  ଶିଳ୍ପ ବିଭାଗର ଶାସନ ସଚିବ ହେମନ୍ତ କୁମାର ଶର୍ମା ସୋମବାର ସଦଭାବନା ଗୃହରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକରେ ଆଲୋଚନା କରିଥିଲେ । ବାତ୍ୟା ପୂର୍ବରୁ କିପରି  ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯିବ ସାମାଜିକ ଦୂରତା ରକ୍ଷା କରି ଲୋକଙ୍କୁ ଥଇଥାନ କରାଇବା , ଖାଇବା ପିଇବା ,ପଶୁ ଖାଦ୍ୟ , ପଲିଥିନ , ଡଙ୍ଗା ,କିରୋସିନ ଆଦି ମହଜୁଦ ରଖିବା ସହ ତତ୍କାଳୀନ ବିଦ୍ୟୁତ ସେବା ସହିତ ଡଙ୍ଗା ,ଓଡ୍ରାଫ ଟିମ ମହଜୁତ ରହିବା ଆଦି ବିଷୟରେ ଆଲୋଚନା କରିଥିଲେ ।  ସମସ୍ତ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଥିଲେ । ଏଥିରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଓ ପିଡ଼ି ସରୋଜ କାନ୍ତ ମହାନ୍ତି ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।