ନୂଆ ଟ୍ରାକ୍ଟର, ନୂଆ ଚାଳକ ନେଲା ୨ ଜୀବନ

ନୂଆ ଟ୍ରାକ୍ଟର, ନୂଆ ଚାଳକ ନେଲା ୨ ଜୀବନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ନୂଆ_ଟ୍ରାକ୍ଟର,_ନୂଆ_ଚାଳକ_ନେଲା_୨_ଜୀବନ         କେନ୍ଦ୍ରାପଡା   :  କେନ୍ଦ୍ରାପଡା ନିକିରାଇ ଥାନା ଅଧିନ କୋର ପଞ୍ଚାୟତର ପାଳକଣା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।  କିଣା ଯାଇଥିବା ଏକ ନୂଆ ଟ୍ରାକ୍ଟରକୁ ଚଳାଉଥିବା ନୂଆ
ଚାଳକ ର ଅସାବଧାନତା ପାଇଁ ୨ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ଟ୍ରାକ୍ଟର
ଚଳାଇବାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରମ୍ପାମୁହାଁ ପୋଲ ନିକଟରେ ଓଲଟି ପଡି ପାଳକଣାର ରତୀକାନ୍ତ ସେଠୀ ଓ ଗଗନ କୁମାର ଦାସ ଙ୍କର ମୃତ୍ୟୁ ଘଟିଥିବା ବେଳେ ରମାକାନ୍ତ ମଲ୍ଲିକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଦୁର୍ଘଟଣା ଘଟାଇବା ପରେ ଚାଳକ ଜଣକ ସେ ସ୍ଥାନରୁ ଫେରାର୍ ହୋଇଯାଇଥିବା ଜଣା ପଡିଛି । ନିକିରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାର ଜଣା ପଡିଛି ।