ଅଙ୍ଗନବାଡି ସହାୟିକା ମାନଙ୍କ ରାସନ କାର୍ଡ ଉଚ୍ଛେଦ ବିରୁଦ୍ଧରେ ପ୍ରତିବାଦ

ଅଙ୍ଗନବାଡି ସହାୟିକା ମାନଙ୍କ ରାସନ କାର୍ଡ ଉଚ୍ଛେଦ ବିରୁଦ୍ଧରେ ପ୍ରତିବାଦ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଅଙ୍ଗନବାଡି_ସହାୟିକା_ମାନଙ୍କ_ରାସନ_କାର୍ଡ_ଉଚ୍ଛେଦ_ବିରୁଦ୍ଧରେ_ପ୍ରତିବାଦ         କେନ୍ଦ୍ରାପଡା    :  କେନ୍ଦ୍ରାପଡା ଜିଲ୍ଲା ଅଙ୍ଗନବାଡି ସହାୟିକା ମାନଙ୍କର ରାସନ କାର୍ଡ ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଦିନ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଅଙ୍ଗନବାଡି ସହାୟିକା ମାନେ ସ୍ୱଚ୍ଛାସେବୀ ପ୍ରକଳ୍ପ ମାଧ୍ୟମରେ ସରକାର ମାନଙ୍କ ଦ୍ୱାରା ନିଯୁକ୍ତି ପାଇଥାନ୍ତି । ଦୈନିକ ଖୁବ୍ କମ ଟଙ୍କା ମଜୁରୀରେ ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନେ ରାସନ କାର୍ଡ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ପାଇ ଆସୁଥିଲେ । ମାତ୍ର ସେମାନଙ୍କର ରାସନ କାର୍ଡ ଉଚ୍ଛେଦ ହୋଇଥିବାରୁ ସେମାନେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥା ହୋଇଛନ୍ତି । ପୂର୍ବପରି ରାସନ କାର୍ଡ ମାଧ୍ୟମରେ ଏହି ସହାୟିକା ମାନଙ୍କୁ ରାସନ ସାମଗ୍ରୀ ଯୋଗଇଦେବା ପାଇଁ ସଂଘର ସଭାପତି ବିନୟ କୁମାର ବୋଷ, ସକୁନ୍ତଳା ସେନାପତି, ଶର୍ମିଷ୍ଠା ଦାସ, ଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।