ଛାତ୍ର ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୬୦ୟୁନିଟ ରକ୍ତ ସଂଗ୍ରହ

ଛାତ୍ର ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୬୦ୟୁନିଟ ରକ୍ତ ସଂଗ୍ରହ

ଓଡିଶା ଜିଲ୍ଲା ପୁରୀ
#ଜୀବନ_ବିନ୍ଦୁ_କାର୍ଯ୍ୟକ୍ରମ,_୬୦_ୟୁନିଟ_ରକ୍ତ_ସଂଗ୍ରହ        ପିପିଲି  ( ବିଜୟ କୁମାର ମହାପାତ୍ର )ରାଜ୍ୟରେ କରୋନା ପାଇଁ ଦେଖାଦେଇଥିବା ରକ୍ତ ଅଭାବ ପୂରଣ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଦେଇଥିବା ଡାକରାରେ ବିଜୁ ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲାରୁ ୩୦୦ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଶିଷ ଖୁଣ୍ଟିଆ ପିପିଲିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ସ୍ଥାନିୟ ବିଧାୟକ ତଥା ପୁର୍ବତନମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନିଦ୍ଦେର୍ଶକ୍ରମେ ପିପିଲି ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କୋରନା ପାଇଁ ସାମାଜିକ ଦୁରତା ବଜାୟ ରକ୍ଷାକରି ସମୁଦାୟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଆୟୋଜକ ଛାତ୍ର ବିଜେଡି ପିପିଲି ବ୍ଲକ ସଭାପତି ସୈାମ୍ୟ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଆବାହକ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଜ୍ୟୋତି ରଞ୍ଜନ ପୁଷ୍ଟି ଓ ରଶ୍ମି ରଞ୍ଜନ ବିଶ୍ୱାଳ ଉପସ୍ଥିତିରେ ପିପିଲି ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ଯୁବ ବିଜେଡି ଜିଲ୍ଲା ଉପସଭାପତି ନାରାୟଣ ସ୍ୱାଇଁ,ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାଶ,ସରପଂଚ ସଂଘ ଜିଲ୍ଲା ସଭାପତି ପ୍ରକାଶ କୁମାର ଧଳ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ ,ଡେଲାଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ସୁଦିପ୍ତ କୁମାର ନାୟକଙ୍କ ପ୍ରମୁଖଙ୍କ ତତ୍ୱବଧାନରେ ସାମାଜିକ ଦୁରତା ବଜୟ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।