ଯୋଗାଣ ବିଭାଗର ଚଢାଉ କଳା ବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଯୋଗାଣ ବିଭାଗର ଚଢାଉ କଳା ବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ଯୋଗାଣ_ବିଭାଗର_ଚଢାଉ     ପିପିଲି : (ବିଜୟ କୁମାର ମହାପାତ୍ର)    ଆଳୁ ପିଆଜ କଳା ବଜାରୀ ଓ ବଜାର ଦର ଠାରୁ ଅଧିକ ମୁଲ୍ୟରେ ବିକ୍ରି କଲେ ବ୍ୟବସାୟୀଙ୍କ ବିରୁଦ୍ଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । କରୋନା ମହାମରୀ ଦେଶ ରେ ଉଗ୍ରରୂପ ଧାରଣ କରିଥିବା ବେଳେ ଜୀବନ ପ୍ରତି ବିପଦ ରହିଥିବା ରୁ ଜନସାଧରଣ  ଜନ ଗହଳି ନକରିବା ସହ ଘରୁ କେହି ପଦାକୁ ଅଯଥା କାର୍ଯ୍ୟରେ ନବାହାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ବ୍ୟବସ୍ଥା ଲାଗୁ କରାଯାଇଛି । ସେଥିପାଇଁ ଗାଁ ରୁ ସହର ସବୁ ଠାରେ ବଜାର ଗୁଡିକ ୨୧ଦିନ ପାଇଁ ବନ୍ଦ କରାଯାଇଛି ।
ଜରୁରୀ କାଳୀନ ସେବାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ପ୍ରସ୍ତୁତ ରହିଥିବା ବେଳେ  ଗ୍ରୋସରୀ,ମାଛ,ମାଂସ,ଅଣ୍ଡା.କ୍ଷୀର,ପେଟ୍ରୋଲ,ଡିଜେଲ,କିରୋସିନ, ପନି ପରିବା ଓ ଫଳ ଦୋକାନ ସରକାରଙ୍କ ନିୟମ ଭିତିକ ଖୋଲା ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଏହି ସବୁ ଅଞ୍ଚଳରେ ଅଯଥାରେ ଲୋକମାନଙ୍କ ଭିଡ ନକରିବା ପାଇଁ କୁହାଯାଇଛି ।ପନି ପରିବା ଭିତରେ ଆଳୁ ପିଆଜ ର ଦର ଦାମ ବୃଦ୍ଧି ଓ କଳା ବଜାରୀ ରୋକିବା ପାଇଁ ବୁଧବାର ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦୀପ୍ତି ରଞ୍ଜନ ଇନ୍ଦ୍ରାସିଂହଙ୍କ ନେତୃତ୍ୱରେ ପିପିଲି ଓ ମଙ୍ଗଳପୁର ତାର ଆଖ ପାଖ ଦୋକାନରେ ଚଢାଉ କରାଯିବା ସହ ନିର୍ଦ୍ଦିଷ୍ଟ ମୁଲ୍ୟ  ରେ ଆଳୁ କିଲୋ ୨୦ ଟଙ୍କା ପିଆଜ କିଲୋ ୨୭ ଟଙ୍କା ଦରରେ ଦୋକାନୀଙ୍କ ଠାରୁ ଗ୍ରାହକ କିଣିପାରିବେ ବୋଲି ଏକ ମୁଲ୍ୟ ଚାର୍ଟ ମରାଯାଇଥିବା ଦେଖିବାକୁ ମିଳିଛି ।