କୁହୁଡି ପଞ୍ଚାୟତରେ ନିୟମ ଉଲ୍ଲଙ୍ଘନ କରି ଟଙ୍କା ବଣ୍ଟନ

କୁହୁଡି ପଞ୍ଚାୟତରେ ନିୟମ ଉଲ୍ଲଙ୍ଘନ କରି ଟଙ୍କା ବଣ୍ଟନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କୁହୁଡି_ପଞ୍ଚାୟତରେ_ନିୟମ_ଉଲ୍ଲଙ୍ଘନ_କରି ଟଙ୍କା_ବଣ୍ଟନ          କେନ୍ଦ୍ରାପଡା  : କରୋନା କଟକଣାରେ ଗହଳିକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅଧିକ ଲୋକ ଗୋଟିଏ ଯାଗାରେ ରୁଣ୍ଡ ହେଲେ ସଂକ୍ରମଣର ଭୟ ଥିବାରୁ ରାଜ୍ୟ ସରକାର ଗହଳି ଠାରୁ ଦୂରେଇ ରହି ଘରେ ଘେର କରୋନା ସହାୟତା ରାଶି ବଣ୍ଟନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ମାର୍ଶାଘାଇ ବ୍ଲକର କୁହୁଡି ପଂଚାୟତରେ ଏହାକୁ ଉଲଙ୍ଘନ କରାଯାଇ ସ୍ଥାନୀୟ ଠାଉରି ମହାଦେବ ମନ୍ଦିରକୁ ରାସନ କାର୍ଡ ହିତାଧିକାରୀ ଲୋକମାନଙ୍କୁ ଡକାଇ ଟଙ୍କା ବଣ୍ଟା ଯାଇଥିବାରୁ ଉତେଜନା ପ୍ରକାଶ ପାଇଛି । ମହାଦେବ ମନ୍ଦିର ରେ ବହୁ ଲୋକ ରୁଣ୍ଡ ହୋଇ ପାଟି ତୁଣ୍ଡ ହୋଇ ପାଟିତୁଣ୍ଡ କରିବା ସହ ଠେଲାପେଲା କରିବାରୁ ଟଙ୍କା ବାଣ୍ଟି ବାକୁ ଆସିଥିବା ପଂଚାୟତ ନିର୍ବାହୀ ଅଧିକାରୀ ଟଙ୍କା ବଣ୍ଟନ ନକରି ଫେରି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କରୋନା ସହାୟତା ପାଇବାକୁ ଅପେକ୍ଷା କରିଥିବା ଲୋକମାନେ ଟଙ୍କା ପାଇ ପାରି ନଥିଲେ ।