କୋଭିଡ୍-୧୯ ମୁକାବିଲା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ୫୦୦ କୋଟିର ସହାୟତା ପ୍ରଦାନ

କୋଭିଡ୍-୧୯ ମୁକାବିଲା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ୫୦୦ କୋଟିର ସହାୟତା ପ୍ରଦାନ

ବାଣିଜ୍ୟ ଦେଶ -ବିଦେଶ

#ଆଦିତ୍ୟ_ବିର୍ଲା_ଗ୍ରୁପ୍_ପକ୍ଷରୁ_୫୦୦_କୋଟିର_କରୋନା_ସହାୟତା         ଭୁବନେଶ୍ୱର : ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସମାଜ ପାଇଁ କାର୍ଯ୍ୟ କରିବା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍ ଜଡ଼ିତ ରହିଛି । କୋଭିଡ୍-୧୯ ବ୍ୟାପିବା ଦେଶ ପାଇଁ ବର୍ତ୍ତମାନ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ବିଶ୍ୱ ମହାମାରୀ ବିରୋଧରେ ସରକାର କରୁଥିବା ଲଢ଼େଇକୁ ସହାୟତା କରିବା ପାଇଁ ଏବଂ ଦେଶର ଏହିି ଉଦ୍ୟମରେ କର୍ପୋରେଟ୍ ନାଗରିକମାନଙ୍କୁ ଯୋଗ ଦେବା ଲାଗି ଏକ ସୁଦୃଢ଼ ଓ ନିର୍ଦିଷ୍ଟ ପଦକ୍ଷେପର ଆବଶ୍ୟକତା ପାଇଁ ଆହ୍ୱାନ ଦିଆଯାଉଛି । “ଗୁରୁତର ବିଭ୍ରାଟକୁ ନଜରରେ ରଖି ଆର୍ଥିକ ଓ ସାମଗ୍ରୀ ସହାୟତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ସହାୟତା ଓ ଗୋଷ୍ଠୀ ଦାୟିତ୍ୱ ସମେତ ବିବିଧ ପ୍ରକାରର ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଆଦିତ୍ୟ ବିର୍ଲା ସେଂଟର ଫର କମ୍ୟୁନିଟି ଇନିସିଏଟିଭସ୍ ଆଣ୍ଡ୍ ରୁରାଲ୍ ଡେଭେଲପ୍ମେଂଟ୍ର ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଛନ୍ତି ।ଏହି ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ ତରଫରୁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି:
୧. ପିଏମ୍ କେୟାରସ୍ ଫଣ୍ଡ୍କୁ ୪୦୦ କୋଟି ଟଙ୍କାର ସହାୟତା
୨. କୋଭିଡ୍ ପାଇଁ ପଦକ୍ଷେପ ଲାଗି ଫିକି-ଆଦିତ୍ୟ ବିର୍ଲା ସିଏସଆର୍ ସେଂଟର୍ ଫର ଏକ୍ସିଲେନ୍ସକୁ ୫୦ କୋଟି ଟଙ୍କାର ସହାୟତା
୩. ବିଏମ୍ସି ସହଯୋଗରେ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ବ୍ୟବସ୍ଥା କରାଯିବ । ଏହି ଅଭିଯାନର ନେତୃତ୍ୱ ନେବେ  ନିରଜା ବିର୍ଲା ।
୪. ଉଜୈନ, ପୁନେ, ହଜାରିବାଗ, ରାୟଗଡ଼ା, ସୋଲାପୁର ଏବଂ ଖରଚ ଭଳି ବିଭିନ୍ନ ସ୍ଥାନର କୋଭିଡ୍-୧୯ ରୋଗୀଙ୍କ ପାଇଁ ୨୦୦ରୁ ଅଧିକ ଶଯ୍ୟାର ବ୍ୟବସ୍ଥା

୫. ଏକ ନିୟୁତ ଏନ୍-୯୫ ମାସ୍କ, ୨୮୦୦୦୦ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ସମେତ ଭେଂଟିଲେଟର ପାଇଁ ୫୦ କୋଟି ଟଙ୍କା ଆବଟଂନ
୬. ଇୟନ ମନ୍ତ୍ରଣାଳୟକୁ ସହାୟତା ପାଇଁ ଏକ ନିୟୁତ ତ୍ରି୍ତରୀୟ ସର୍ଜିକାଲ୍ ମାସ୍କ ଓ ଏକ ଲକ୍ଷ କୋଭରଲ୍ ଗାର୍ମେଂଟ୍ର ଉତ୍ପାଦନ ଆରମ୍ଭ
୭. ବିଭିନ୍ନ ସ୍ଥାନରେ ଲକ୍ଷାଧିକ ମାସ୍କ ପ୍ରସ୍ତୁତି ପାଇଁ ଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଜଡ଼ିତ ହୋଇଛି
୮. ସ୍ଥାନୀୟ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ନିରନ୍ତର ଏବଂ ପ୍ରତ୍ୟକ୍ଷ ସଂପୃକ୍ତି
ଏଥିରେ ସାମିଲ ରହିଛି ପ୍ରତିଷେଧମୂଳକ ବାର୍ତ୍ତା ଓ ସାମାଜିକ ଦୂରତା ବିଷୟରେ ଘରେ ଘରେ ପହଞ୍ଚି ଅଭିଯାନ ଏବଂ ୨୦୦ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ । ଆଦିତ୍ୟ ବିର୍ଲା ଗ୍ରୁପ୍ ଭଲ ଭାବେ ଜାଣିଛି ଯେ ଏହି ବିଶ୍ୱ ମହାମାରୀର କାୟା ଅନୁସାରେ କୌଣସି ଯୋଗଦାନ କ୍ଷୁଦ୍ର କିମ୍ବା ବୃହତ ନୁହେଁ । ପ୍ରତିଟି ସହଯୋଗିତାର ମୂଲ୍ୟ ଅଛି । ଏହି ବିଶ୍ୱ ମହାମାରୀ ସହିତ ଲଢ଼େଇ କରିବା ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଯାହା ସମ୍ଭବପର ସେଭଳି ସହାୟତା ପ୍ରଦାନ କରିବା ଗ୍ରୁୁପ୍ ଜାରି ରଖିବ ।