କାଳ ବୈଶାଖୀ: ଶଙ୍କରଡା ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି

କାଳ ବୈଶାଖୀ: ଶଙ୍କରଡା ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି

ଓଡିଶା ଜିଲ୍ଲା ରାୟଗଡା

#କାଳ_ବୈଶାଖୀ_ଯୋଗୁଁ_ଶଙ୍କରଡା_ପଞ୍ଚାୟତରେ_ବ୍ୟାପକ_କ୍ଷୟ_କ୍ଷତି       କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତରେ ସୋମବାର କାଳ ବୈଶାଖୀର ପ୍ରଭାବରେ ବିଭିନ୍ନ ଗ୍ରାମର ୫୦ ରୁ ଅଧିକ ଘର ଭାଙ୍ଗି ଥିବାର ଜଣା ପଡିଛି।  ଗତ କାଲି ଅପରାହ୍ନରେ ଜୋରରେ ବର୍ଷା ପବନ ହେବାରୁ ଶଙ୍କରଡା ପଞ୍ଚାୟତ ସଦର ସହିତ କରଝୋଲା ଲେଲିପୁଟ , ବୋରିଗୁମା, ପଞ୍ଚାଳି, ପୁଞ୍ଜିଗୁମା , ପଣଷପଦର , ଗ୍ରାମରୁ ୫୦ ରୁ ଅଧିକ ଘରର ଆଜ ବେଷ୍ଟ୍ ସିଟ୍ ମାନ ପବନରେ ଉଡି ଯାଇ ଭାଙ୍ଗି ରୁଜି ଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା କଡରେ ଥିବା ଗଛ ମାନ ଉପୁଡି ଯାଇଥିବା ରୁ ଯାତାୟାତରେ ଅସୁବିଧା ହୋଇଥିଲା । ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ କାଲି ଠାରୁ ଅନ୍ଧାରରେ ରହିଛନ୍ତି ଅଞ୍ଚଳ ବାସୀ ଆଜି ବିଡିଓ ସୁଧାକର ରାଉତ ଶଙ୍କରଡା ଗ୍ରାମର ପ୍ରଭାବିତ ଗ୍ରାମ କୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେହି ପରି ଟିକିରି ଆର ଆଇ ଙ୍କ ସହିତ ସରପଞ୍ଚ ଅମୀନ ମାଝୀ ପ୍ରମୁଖ କ୍ଷୟକ୍ଷତି ର ଆକଳନ କରିଥିବାର ଜଣାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଦେବାକୁ ସରପଞ୍ଚ ଅମୀନ ମାଝୀ ଦାବି କରିଛନ୍ତି । ଅପର ପକ୍ଷରେମଙ୍ଗଳବାର ସକାଳେ ପୁଲିସ୍ ପ୍ରଶାସନ ପ୍ରଭାବିତ ଗ୍ରାମକୁ ଯାଇ ରିଲିଫ ବଣ୍ଟନ କରିଛନ୍ତି । ଟିକିରି ଥାନା ଅଧିକାରୀ ସୁଜ୍ଞାନି ସାହୁଙ୍କ ନେତୃତ୍ବରେ ପ୍ରଭାବୀତ କରଝୋଲା , ବୋରିଗୁମା  ଗ୍ରାମରେ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ।