ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ

ଓଡିଶା ବଡ ଖବର

 #ମୁଖ୍ୟ_ବିଚାରପତି_ଭାବେ_ଶପଥ_ଗ୍ରହଣ_କଲେ_ଜଷ୍ଟିସ_ମହମ୍ମଦ_ରଫିକ        ଭୁବନେଶ୍ୱର   : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମୋହମ୍ମଦ ରଫିକ ସୋମବାର ଦିନ ଶପଥ ଗ୍ରହଣ କରିଥନ୍ତି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ ।
କରୋନା ଗାଇଡଲାଇନ ଲାଗୁ ହୋଇଥିବା କାରଣରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରା ଯାଇଥିଲା । ଏହି ଶପଥ ଗ୍ରହଣ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ଥିବା ବେଳେ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ । ଏହା ବାଦ ଏଥିରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକ ସମେତ ଓଡିଶା ହାଇକୋର୍ଟର ବିଚାରପତି ଓ ଆଡଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ରଫିକଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରା ଯାଇଥିଲା । ଏ ନେଇ ଗତ ଏପ୍ରିଲ ମାସ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ । ଏହା ପରେ ରାଷ୍ଟ୍ରପତିଙ୍କ ନିର୍ଦେଶ ମିଳିଲା ପରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ ଜାଭେରୀ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ସଂଜୁ ପଣ୍ଡା ଆକ୍ଟିଂ ଚିଫ ଜଷ୍ଟିସ ଭାବେ କାମ କରୁଥିଲେ ।