ମାଟ୍ରିକ ଖାତା ଦେଖା ପାଇଁ ଅଧିକ ସଂଖ୍ୟାରେ ଖାତା ଦେଖା କେନ୍ଦ୍ର ହେବ

ମାଟ୍ରିକ ଖାତା ଦେଖା ପାଇଁ ଅଧିକ ସଂଖ୍ୟାରେ ଖାତା ଦେଖା କେନ୍ଦ୍ର ହେବ

ଓଡିଶା

#ମାଟ୍ରିକ_ଖାତା_ଦେଖା_ପାଇଁ_ଅଧିକ_ସଂଖ୍ୟାରେ_ଖାତା_ଦେଖା_କେନ୍ଦ୍ର_ହେବ            ଭୁବନେଶ୍ୱର  : ଏଥର ମାଟ୍ରିକ ପରୀକ୍ଷା ଖାତା ଦେଖାରେ ଅଧିକ ସଂଖ୍ୟାରେ ଖାତା ଦେଖା କେନ୍ଦ୍ର ହେବା ସହ ଅଧିକ ସଂଖ୍ୟାରେ ପରୀକ୍ଷକ ନିଯୁକ୍ତ ହେବେ । ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶୀଷ ହାଜରା ଏହି ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀ ଓ ଅଭିଭାବକ ମାନଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତିଙ୍କ କହିବା ଅନୁସାରେ, ଚଳିତ ବର୍ଷ ମାଟ୍ରିକ୍ ଖାତା ଦେଖା ବିଳମ୍ବିତ ହୋଇଛି । ମାତ୍ରା ତାଲାବନ୍ଦ କଟକଣା ହଟିବା ପରେ ଏନେଇ ତୁରନ୍ତ ବ୍ୟବସ୍ଥା କରାଯିବ । ଏଥିସହ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ମଧ୍ୟ ବୃଦ୍ଧି କରାଯିବା ସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତି ଏହି ସୂଚନା ଦେଇଛନ୍ତି ।

ତୁରନ୍ତ ଖାତା ଦେଖା ସାରିବା ପାଇଁ ବିଭାଗ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଉଭୟ ମୂଲ୍ୟାୟନ କେନ୍ଦ୍ର ଓ ମୂଲ୍ୟାୟାନକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର ହୋଇଛି। ପୂର୍ବରୁ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା, ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଏଥରକ ମୂଲ୍ୟାୟନକାରୀଙ୍କ ସଂଖ୍ୟା ବଢ଼ିବ। ତାଲିକାରେ ଥିବା ମୂଲ୍ୟାୟନକାରୀଙ୍କ ବ୍ୟତୀତ ଅପେକ୍ଷାରତ ତାଲିକାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଡକାଯାଇପାରେ ବୋଲି ସୂଚନା ମିଳିଛି ।

ଶ୍ରୀ ହାଜରା ଆହୁରି କହିଛନ୍ତି ଯେ ସମସ୍ତ ଜୋନକୁ ନବମ ଓ ଦଶମ ଶ୍ରେଣୀର ବହି ପଠା ଯାଇଛିା ଛାତ୍ର ଛାତ୍ରୀଙ୍କୁ କେବେ ବହି ମିଳିବ ସେ ନେଇ ଶୀଘ୍ର ନିଷ୍ପତି ନିଆ ଯିବ । ଲକଡାଉନ ସ୍ଥିତିକୁ ଦେଖି ନିଷ୍ପତି ଗ୍ରହଣ କରା ଯିବ ବୋଲି ସେ କହିଛନ୍ତି ।