ଓଡିଶାରେ କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଓଡିଶାରେ କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଓଡିଶା ବଡ ଖବର ମହାନଗର

#ଓଡିଶାରେ_କରୋନା_ରୋଗୀଙ୍କୁ_ଦିଆଯିବ_ପ୍ଲାଜମା_ଥେରାପି            ଭୁବନେଶ୍ୱର     :  କରୋନା ରୋଗୀଙ୍କ ଲାଗି ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲ ଏବଂ ଭୁବନେଶ୍ୱରର ସମ୍ ଓ କିମସ୍ ହସ୍ପିଟାଲରେ ଏହି ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ଗୁରୁବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଓଡିଶାରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା କରାଯିବାକୁ ମଧ୍ୟ ସ୍ଥିର ହୋଇଛି ।
ବୈଠକରେୁ ମିଳିଥିବା ସୂଚନା ଅନୁଯାୟୀ ପ୍ଲାଜମା ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏହାର ସଫଳ ରୂପାୟନ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସଂପର୍କରେ କମିଟି ସବିଶେଷ ତଥ୍ୟ ପ୍ରଦାନ କରିବେ ।