ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

ଓଡିଶା ଗଞ୍ଜାମ ଜିଲ୍ଲା

#ଆରଆଇ_କାର୍ଯ୍ୟାଳୟର_ନାକ_ତଳେ_ଚାଲି_ଥିଲା_ଅବୈଧ_ବାଲି_ଚୋରି            ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ନିମଖଣ୍ଡି ପେଣ୍ଠ ଆରଆଇ କାର୍ଯ୍ୟାଳୟରେ ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି । ଚାଷୀ ମାନଙ୍କ ଶସ୍ୟ ଅମଳ ନିମନ୍ତେ ସରକାରୀ ଅର୍ଥରେ ତିଆରି ହେଉଥିବା କଂକ୍ରିଟ ଖଳା ରେ ବାଲି ମାଫିଆ ମାନେ କରିଥିଲେ ଡିପୋ । ଆରଆଇଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୧କିଲୋମିଟର ଦୂରରେ ରହିଥିଲା ବାଲି ଡିପୋ କିନ୍ତୁ ଆରଆଇ ନିଜେ ଜାଣି ନ ଥିବା କହିବା କେତେ ଦୂର ସତ ? ସୂଚନା ଅନୁଯାୟୀ ନିମଖଣ୍ଡି ଆରଆଇ କାର୍ଯ୍ୟାଳଯ ନିକଟ ପନାଡ଼ ଗ୍ରାମରେ ଥିବା ଘୋଡାହାଡ ନଦୀ ରୁ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚୋରି କରି ଚାଲାଣ କରିବା ସହ କଂକ୍ରିଟ ଖଳାରେ ବାଲି ଜମା କରି ଡିପୋ କରିଥିଲେ । ଏହି ମାସ ୯ ତାରିଖ ଦିନ ପନାଡ ଗ୍ରାମର କିଛି ବ୍ୟକ୍ତି ରାଜସ୍ୱ    ନିରୀକ୍ଷଣ ଙ୍କ କାର୍ଯ୍ୟଳୟ କୁ ଆସି ଏହି ବାଲି ମାଫିଆ ମାନଙ୍କ ଧରିବା ପାଇଁ ଅଡ଼ି ବସିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ବିଘ୍ନେଶ୍ୱର ଆଚାର୍ଯ୍ୟ ଗ୍ରାମ ବାସୀ କୋଭିଡ ନିୟମ ଉଲଘନ କରି ତୁମେ କାର୍ଯ୍ୟାଳୟ ଭିତର କୁ ଆସିଥିବା ଅପାରାଧ କରିଛ କହି ଧମକାଇ ଥାନା ବାବୁଙ୍କ ଡକାଇ ସେଠାରେ ବିଦା କରିଦେଇଥିଲେ ।ସେମାନେ ଶେଷ ରେ ତାଙ୍କର ଭୁଲ ହୋଇଛି କହି ଲିଖିତ ଦେଲା ପରେ ସେଠାରୁ ଫେରିଥିଲେ । ରବିବାର ଦିନ ଦିଗପହଣ୍ଡି ତହସିଲଦାର ଆଦେତ୍ୟ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ବାଲି ଡିପୋ କୁ ଜବତ କରି ନାଲି ବାନା ପୋତି ଅସିଦ୍ଦ ଘୋଷଣା କରି ବେଆଇନ ବାଲି ଡିପୋ କରିଥିବା ଲୋକଙ୍କ ୬୦ହଜାର ଟଙ୍କା ଜରିମାନା କରିଥିଲେ । ଏହାର ପର ଦିନ ଅର୍ଥାତ ସୋମବାର ଦିନ ବିଳମ୍ବିତ ରାତିରେ ଉକ୍ତ ବାଲି ଡିପୋ ରୁ ୨ଟି ଟ୍ରାକ୍କର ରେ ବାଲି ଚୋରାଇ ନେଉଥିବା ବେଳେ ଗ୍ରାମ ବାସୀ ଅଟକ ରଖି ତହସିଲଦାର ଜିମା ଦେଇଥିଲେ । ଗାଡ଼ି ଅଟକ ରଖିଥିବା ଯୁବକ ମାନେ ହେଲେ ପନାଡ ଗ୍ରାମ ର ପ୍ରଫୁଲ୍ଲ ମହାରଣା , ସଦାଶିବ ଗୈଡି , ଅଚ୍ୟୁତ ମହାରଣା , ରଞ୍ଜନ ସେଠି , ଦେବରାଜ ଗୈଡି , ଭଜହରି ମୁନି ପ୍ରମୁଖ ସେମାନଙ୍କ ଠାରୁ ଓଡ଼ି୩୯ଏ୨୨୭୦ ଓ ଓଡ଼ି୩୨ସି୭୦୭୫ ଟ୍ରାକ୍କର ୨ଟି ଜିମା ଦେଇଛନ୍ତି ଆରଆଇ ଙ୍କୁ । ଟ୍ରାକ୍କର ୨ଟି ରୁ ଜରିମାନା ଆଦାୟ ପରେ ଛଡାଯିବ ବୋଲି ବୋଲି ତହସିଲଦାର କହିଛନ୍ତି । ଏହା ବ୍ୟତୀତ ନିମଖଣ୍ଡି ଶିବ ମନ୍ଦିର ନିକଟରେ ଏକ ଖାଲି ଜାଗାରେ ମଧ୍ୟ ବେଆଇନ ଭାବେ ବାଲି ଡିପୋ କରିଥିବା ଖବର ଶୁଣି ତହସିଲଦାର ସୋମବାର ଦିନ ଜବତ କରି ନାଲି ବାନା ପୋତିଥିବା ସୂଚନା ମିଳିଛି । ଯୁବକ ମାନଙ୍କ ଏପରି ସାହାସିକତା ଏବଂ ମହତ କାର୍ଯ୍ୟ ପାଇଁ ପ୍ରତି ବର୍ଷ କ୍ଷତି ହେଉଥିବା ଲଷାଧିକ ଟଙ୍କା ର ରାଜସ୍ୱ ଜରିମାନା ଆକରରେ ଆଦାୟ ହୋଇଥିବାରୁ ଗ୍ରାମର ମୁଖିଆ ମାନେ ସାଧୁବାଦ ଜାଣିଛନ୍ତି । ଏହି ବାଲି ମାଫିଆ ସହ କାହା କାହାର ସଲାସୁତରା ରହିଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

Attachments area