ଅସହାୟ ବୃଦ୍ଧ ୧୫ଦିନ ହେଲା ବାରଣ୍ଢାରେ ପଡି ରହିଛନ୍ତି

ଅସହାୟ ବୃଦ୍ଧ ୧୫ଦିନ ହେଲା ବାରଣ୍ଡାରେ ପଡି ରହିଛନ୍ତି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ଅସହାୟ_ବୃଦ୍ଧ_୧୫_ଦିନ ହେଲା_ବାରଣ୍ଡାରେ_ପଡି_ରହିଛନ୍ତି      କେନ୍ଦ୍ରାପଡା  :  କେନ୍ଦ୍ରାପଡା ଟାଉନର ବଡହାଟ ଅଂଚଳର ଜୈନିକ ବ୍ୟକ୍ତିଙ୍କ ବାରଣ୍ଡାରେ ଜଣେ ଅସହାୟ ବୃଦ୍ଧ ପ୍ରାୟ ୧୫ ଦିନ ହେଲା ପଡି ରହିଥିବାର ଦେଖିବାକୁ ମିଳୁଛି । ଏହି ବୃଦ୍ଧଙ୍କର ପରିଚୟ ମିଳି ନଥିଲେ ମଧ୍ୟ ହିନ୍ଦୀ ଭାଷାରେ କଥାବାର୍ତା କରୁଥିବା ଓ ଏଣୁତେଣୁ ଅସ୍ପଷ୍ଟ ଭାଷାରେ ଗପୁଥିବା ବୃଦ୍ଧଙ୍କୁ ସ୍ଥାନୀୟ ବରିଷ୍ଠ ନାଗରିକ ଅଶୀଷ ସେନାପତି ବିଭିନ୍ନ ପ୍ରକାର ସହାୟତା କରୁଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟ ବୃଦ୍ଧ, ବୃଦ୍ଧା, ମହିଳା ଶିଶୁ, ଏବଂ ମାନସିକ ବିକୃତଙ୍କୁ ରଖିବା ପାଇଁ ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ଫଳ ମିଳୁନାହିଁ । ରାସ୍ତା କଡରେ ଅନେକ ଏହିଭଳି ଅସହାୟ ବ୍ୟକ୍ତି ଦେଖିବାକୁ ମିଳୁଛନ୍ତି ।