ଔଷଧ ଯୋଗାଣ ଅବ୍ୟାହତ ପାଇଁ ବିକ୍ରେତା ସଂଘ ଓ ପ୍ରଶାସନ ଆଲୋଚନା

ଔଷଧ ଯୋଗାଣ ଅବ୍ୟାହତ ପାଇଁ ବିକ୍ରେତା ସଂଘ ଓ ପ୍ରଶାସନ ଆଲୋଚନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଔଷଧ_ଯୋଗାଣ_ଅବ୍ୟାହତ_ପାଇଁ_ବିକ୍ରେତା_ସଂଘ_ଓ_ପ୍ରଶାସନ_ଆଲୋଚନା     କେନ୍ଦ୍ରାପଡା : କେନ୍ଦ୍ରାପଡା ଔଷଧ ବିକ୍ରେତା ସଂଘ ପକ୍ଷରୁ ଏକ ବୈଠକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଶୁକ୍ରବାର ହୋଇଥିବା ଜଣା ପଡିଛି । କେନ୍ଦ୍ରାପଡାରେ ଔଷଧ ହୋଟ ସେଲିଂ କରୁଥିବା ଓ ଗଚ୍ଛିତ ରଖୁଥିବା ବ୍ୟବସାୟୀ ମାନେ ଔଷଧ ସରବରାହ ରଖିବା ସମ୍ବନ୍ଧରେ ଉପୁଜିଥିବା ଅସୁବିଧା ଦୂର କରିବା ପାଇଁ ପୋଲିସ ପ୍ରଶାସନର ସହାୟତା ଲୋଡିଛନ୍ତି । ଲକଡାଉନ ଫଳରେ ଗଚ୍ଛିତ ଥିବା ଔଷଧ ସରି ଆସିବାକୁ ବସିଥିବା ବେଳେ ଔଷଧ ଯୋଗାଣ ଧାରା ବାହିକ କରିବା ପାଇଁ ଭୁବନେଶ୍ୱର ଓ କଟକରେ ଥିବା ବଡ ବଡ ଔଷଧ ବିକ୍ରେତାଙ୍କ ଠାରୁ ମାଲ ଯୋଗାଇବାକୁ ଡିପୋ କର୍ମଚାରୀ ମାନେ ଭୟ କରୁଛନ୍ତି । ପୋଲିସ ସୁରକ୍ଷା ମିଳିଲେ ଔଷଧ ଯୋଗାଣ ନିୟମିତ ହୋଇ ପାରିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ଏଚଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଔଷଧ ବିକ୍ରେତା ସଂଘର ପ୍ରଫୁଲ ସାହୁ, ଗୋପୀନାଥ ବାରିକ, ତାପସ କୁମାର ପାଢୀ, ହୃଷୀକେଶ ଦାସ, ସୟଦ ଫରହାନ ଅଲ୍ଲୀ ପ୍ରମୁଖ ଆଲୋଚନା କରିଥିଲେ ।