୫୧ରୁ ଅଧିକ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ରେ ଶେଷ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଏପ୍ରିଲ୍‌ରେ ରାଜ୍ୟ ସଭାରେ ୫୧ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସଭା ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।

ମହାରାଷ୍ଟ୍ରର ୭ ଏବଂ ତାମିଲନାଡୁର ୬ ଜଣ ଏମ୍‌ପି ଅବସର ନେବେ। ସେହିପରି ବିହାର ଏବଂ ପଶ୍ଚିମବଙ୍ଗର ୫ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ସମାପ୍ତ ହେଉଛି। ଅପରପକ୍ଷରେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶର ୪ ଲେଖାଏଁ ଏମ୍‌ପି, ରାଜସ୍ତାନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ୩ ଜଣ ଲେଖାଏଁ ଏମ୍‌ପି ଅବସର ନେବେ। ସେହିପରି ତେଲେଙ୍ଗାନାର ୨, ଝାଡ଼ଖଣ୍ଡର ୨ ଏବଂ ଛତିଶଗଡ଼ର ୨ ଜଣ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ହିମାଚଳପ୍ରଦେଶ, ହରିୟାଣା, ଆସାମ, ମେଘାଳୟ ଏବଂ ମଣିପୁରର ଜଣେ ଲେଖାଏଁ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ମୋଟ ୬୯ ଜଣଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ୫୧ ଜଣ ପୁଣି ନିର୍ବାଚିତ ହେବେ ବୋଲି କୁହାଯାଉଛି।