ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

ଓଡିଶା ଅପରାଧ ଜିଲ୍ଲା ମୟୂରଭଞ୍ଜ ରାଜ୍ୟ

କପ୍ତିପଦା : ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର ଶୋଭାକର ସିଂ ଗୁରୁବାର ଅପରାହ୍ନରେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଛନ୍ତି। କାଯର୍‌ୟାଳୟରେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇ ନ ଥିବା ବେଳେ ତାଙ୍କ ହାତ ଧୋଇବା ପରେ ରାସାୟନିକ ଲାଲି ପାଣି ବାହାରି ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଲାଞ୍ଚ ଟଙ୍କା ଫରେଷ୍ଟର କାହା ହାତରେ ବାହାରକୁ ପଠାଇ ଦେଇଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ଫରେଷ୍ଟର ସିଂ ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ କପ୍ତିପଦା ଗଡସାହିର ହେମନ୍ତ କୁମାର ବେହେରାଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ।

ଅଭିଯୋଗକାରୀ ବେହେରା ଅପରାହ୍ନରେ ଫରେଷ୍ଟର ସିଂଙ୍କୁ ୫ ହଜାର ଟଙ୍କା ଅଗ୍ରୀମ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା ା ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସନ୍ତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉରେ ବାରିପଦା ଡିଏସ୍‌ପି ଶରତ ଚନ୍ଦ୍ର ମହାପାତ୍ର, ଆଇଆଇସି ସିକନ୍ଦର ହେମ୍ରମ୍ବ, ସୁନୀଲ ଏକ୍କା ପ୍ରମୁଖ ସାମିଲ ଥିଲେ ା ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ କେସ୍‌ ନଂ. ୭/୨୦୨୦, ୟୁ/ଏସ ୭ପି.ସି ରୁଜୁ କରାଯାଇ ଫରୋଷ୍ଟର ସିଂଙ୍କୁ ଗିରଫ କରାଯାଇଛି।