ବ୍ରହ୍ମ ମୁହୂର୍ତ୍ତରେ ନୂତନ ଆସନରେ ବିରାଜମାନ ହେଲେ ରାମଲଲା

ବ୍ରହ୍ମ ମୁହୂର୍ତ୍ତରେ ନୂତନ ଆସନରେ ବିରାଜମାନ ହେଲେ ରାମଲଲା

ଦେଶ -ବିଦେଶ ବଡ ଖବର

#ବ୍ରାହ୍ମ_ମୁହୂର୍ତ୍ତରେ_ନୂତନ_ଆସନରେ_ବିରାଜମାନ_ହେଲେ_ରାମଲଲା     ଅଯୋଧ୍ୟା : ଚୈତ୍ର ଶୁକ୍ଳ ପ୍ରତିପଦା ନବ ସଂବତ୍ସର ଅବସରରେ ଶ୍ରୀରାମଲଲା ଅସ୍ଥାୟୀ ଭବନରେ ଧାର୍ମିକ ବିଧି ବିଧାନ ସହିତ  ବ୍ରହ୍ମ ମୁହୂର୍ତରେ ନୂତନ ଆସନରେ ବିରାଜମାନ କରିଛନ୍ତି । ରାମଲଲା ଅସ୍ଥାୟୀ ଫାଇବରରେ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଟ୍ରଷ୍ଟିଙ୍କ ସାମ୍ନାରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଭଗବାନ ଶ୍ରୀରାମଲଲାଙ୍କୁ ଟେଣ୍ଟରୁ ନେଇ ଅସ୍ଥାୟୀ ଭବନରେ ରୂପାର ସିଂହାସନରେ ବିରାଜମାନ କରାଇଥିଲେ ।

ବୁଧବାର ବ୍ରାହ୍ମ ମୁହୂର୍ତ ସମୟରେ ରାମ ଜନ୍ମଭୂମି ପରିସରରେ ଶ୍ରୀରାମଲଲା ଅସ୍ଥାୟୀ ଭବନରେ ବିରାଜମାନ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁସ୍ଥାନରେ ଉପସ୍ଥିତ ସମସ୍ତ ପ୍ରମୁଖ ଲୋକଙ୍କ ସହିତ ଶ୍ରୀ ରାମଲଲାଙ୍କ ଭବ୍ୟ ଆରତୀର ପୂଜନ କରିଛନ୍ତି ।

ରାମ ଜନ୍ମ ଭୂମି ତୀର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ରାମଲଲା ନିଜର ଭାଇଙ୍କ ସହିତ ରାମ ଜନ୍ମଭୂମି ପରିସରରେ ସ୍ଥିତ ମାନସ ଭବନ ସାମ୍ନାରେ ଭବ୍ୟ ସ୍ଥାୟୀ ମନ୍ଦିର ନ ହେବା ପର୍ଯ୍ୟନ୍ତ ଭକ୍ତ, ଶ୍ରଦ୍ଧାଳୁଙ୍କୁ ଏଠାରେ ହିଁ ଦର୍ଶନ ଦେବେ ।
ରାମଲଲାଙ୍କ ମୂର୍ତି ବିସ୍ଥାପନ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ତିରିପାଲରୁ ନୂତନ ଆସନରେ ବିରାଜମାନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଧାର୍ମିକ ଅନୁଷ୍ଠାନକୁ ସମ୍ବୋଧିତ କରି କହିଛନ୍ତି ଯେ, ଚୈତ୍ର ଶୁକ୍ଳ ପ୍ରତିପଦା, ଭାରତୀୟ ନବ ସମ୍ବତ୍ସର, ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକର ପାବନ ପର୍ବ ଏବଂ ଆମେ ସମସ୍ତେ ଭାଗ୍ୟଶାଳୀ ଯେ ହଜାର ବର୍ଷ ପରେ ଏହି ପାବନ ପୁରୀ ଅଯୋଧ୍ୟାପୁରୀରେ ମର୍ଯ୍ୟାଦା ପୁରୁଷତୋମ ଭଗବାନ ଶ୍ରୀରାମ ଏକ ନୂତନ ଆସନରେ ବିରାଜମାନ ହୋଇଛନ୍ତି । ଆମେ ସମସ୍ତେ ଏହାର ସାକ୍ଷୀ ।

ସେ କହିଛନ୍ତି ଯେ, ପିଢି ପରେ ପିଢି ଚାଲିଗଲେ । ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ଆମର ବଂଶଧର ଏବଂ ଆମର ପୂଜ୍ୟ ସନ୍ଥ ଦେଖିଥିଲେ, ସେହି ସ୍ୱପ୍ନର ପ୍ରଥମ ପର୍ଯ୍ୟାୟ ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ସହିତ ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଙ୍କ ଏହି ନୂତନ ଆସନରେ ବିରାଜମାନ ହେବା ସହିତ