ଇଟାଲୀରେ ୭୪୩ ଓ ସ୍ପେନରେ ନେଲା ୬୮୦ ଜଣଙ୍କ ମୁଣ୍ଡ ନେଲା କରୋନା

ଇଟାଲୀରେ ୭୪୩ ଓ ସ୍ପେନରେ ନେଲା ୬୮୦ ଜଣଙ୍କ ମୁଣ୍ଡ ନେଲା କରୋନା

ଦେଶ -ବିଦେଶ ବଡ ଖବର

#ଇଟାଲୀରେ_୭୪୩_ଓ_ସ୍ପେନରେ_ନେଲା_୬୮୦_ଜଣଙ୍କ_ମୁଣ୍ଡ_ନେଲା_କରୋନା     ଲସ ଏଞ୍ଜଲେସ୍  : ୟୁରୋପରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବା ସହ ସ୍ଥିତି ଦୟନୀୟ ହେବାରେ ଲାଗିଛି । ୟୁରୋପ ଦେଶ ମଧ୍ୟରେ ସ୍ପେନ ଓ ଇଟାଲୀ ସହିତ ଫ୍ରାନ୍ସରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କାରଣରୁ କରୋନାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତ ୨୪ ଘଂଟାରେ ଇଟାଲୀରେ ୭୪୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ପେନରେ ପ୍ରଥମ ଥର ବଡ ସଂଖ୍ୟାରେ ୬୮୦ ଜଣଙ୍କ ମୃତ୍ୟୁ ଘଟିଛି ।

ଇଂଲଣ୍ଡରେ ଲକଡାଉନ ପରେ ମଧ୍ୟ ୧୪୨୭ ନୂତନ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ୮୭ ଜଣଙ୍କ ମୃତ୍ୟୁ ଘଟିଛି । ୟୁରୋପୀୟ ଦେଶରେ ଥିବା ଛୋଟ ଛୋଟ ଦେଶ ନେଦରଲାଣ୍ଡରେ ୬୩, ସ୍ୱିଜରଲାଣ୍ଡରେ ୨, ବେଲଜିୟମରେ ୩୪, ସ୍ୱିଡେନରେ ୧୩, ପର୍ତୁଗାଲରେ ୧୦ ଓ ଡେନମାର୍କରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୟୁରୋପ ଦେଶଗୁଡିକରେ ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ରୁଷରେ ଏ ପର୍ଯ୍ୟନ୍ତ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୯୫ରେ ପହଂଚିଛି । ଗତ ୨୪ ଘଂଟାରେ ୫୭ଟି ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସମଗ୍ର ବିଶ୍ୱରେ ଗତ ୨୪ ଘଂଟାରେ କରୋନା ମହାମାରୀରେ ୨୨୯୬ ଜଣଙ୍କ ପ୍ରାଣହାନୀ ଘଟିଛି । ଅନ୍ୟ ପଟେ ଚୀନ ଓ ହଂକ କଂଗରେ କେବଳ ୨୯ଟି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କୌଣସି ମୃତ୍ୟୁର ଖବର ହସ୍ତଗତ ହୋଇ ନାହିଁ ।
ଫ୍ରାନ୍ସରେ ୨୪୦, ଆମେରିକାରେ ୧୪୫ ଓ ଇରାନରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଂଟରେ ଏହି ସବୁ ଦେଶଗୁଡିକରେ ହଜାର ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଇଟାଲୀରେ କରୋନା ସଂକ୍ରମଣରେ ୫୨୪୯, ସ୍ପେନରେ ୬୯୨୨, ଆମେରିକାରେ ୯୮୭୫ ଓ ଫ୍ରାନ୍ସରେ ୨୪୪୮ ତଥା ଜର୍ମାନୀରେ ୩୯୩୫ ରୋଗୀଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏତେ ସଂଖ୍ୟକ ରୋଗୀ କାରଣରୁ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ଦେଖିବାକୁ ମିଳିଛି । ନ୍ୟୁୟର୍କରେ କରେନାର ଚରମ ସୀମା ଆସିବାକୁ ଦୁଇରୁ ତିିନି ସପ୍ତାହ ସମୟ ଲାଗିପାରେ ।
ସମଗ୍ର ବିଶ୍ୱରେ କରୋନା ଭାଇରସରେ ୧୮୮୧୦ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ସଂକ୍ରାମକଙ୍କ ସଂଖ୍ୟା ୨, ୯୪, ୧୧୯ରେ ପହଂଚିଛି । କରୋନା ଭାଇରସ ୧୯୭ ଦେଶକୁ ନିଜ କବଳକୁ ନେଇ ସାରିଛି ।
ଅଦ୍ୟାବଧି କରୋନା ଭାଇରସରେ ୧୩,୨୬୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ୧ ଲକ୍ଷ ୮ ହଜାର ୩୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ ୨ ଲକ୍ଷ ୮୦ ହଜାର ୮୫୦ ଜଣ ଏହି ଘାତକ ରୋଗରେ ସଂକ୍ରମିତ ହୋଇଛନ୍ତି ।