ତବଲିକ ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

ତବଲିକ ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

ଦେଶ -ବିଦେଶ ବଡ ଖବର

#ତବଲିକ_ଜମାତ_ବିରୁଦ୍ଧରେ_ମାମଲା_ରୁଜ୍ଜୁ_କଲା_ଇଡି             ନୂଆଦିଲ୍ଲୀ :  ବେଆଇନ ଭାବେ ଅର୍ଥକାରବାର (ମନି ଲଣ୍ଡରିଂ) କରିବା ଅଭିଯୋଗରେ ତବଲିକ ଜମାତ ବିରୁଦ୍ଧରେ  ମାମଲା ରୁଜ୍ଜୁ କରିଛିଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ  (ଇଡି)  । ଦିଲ୍ଲୀ ପୁଲିସର ସୂଚନା ଆଧାରରେ ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ମାମଲା ମୌଲାନା ସାଦ ଓ ଅନ୍ୟ ୮ ଜଣଙ୍କ ବିରୁଦ୍ଧରେ ରୁଜ୍ଜୁ କରାଯାଇଛି । ମୌଲାନା ସାଦ ଗଠନ କରିଥିବା ଟ୍ରଷ୍ଟକୁ ବିଦେଶରୁ ପାଣ୍ଠି ଆସୁଥିବା ଦିଲ୍ଲୀ ପୁଲିସ ତଦନ୍ତରୁ ସୁରାକ ପାଇବା ପରେ ମାମଲା ଇଡି ହାତକୁ ଆସିଥିଲା ।

ମାର୍ଚ୍ଚମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିକ ଜମାତର ଜଲସାରେ ଦେଶ ବିଦେଶରୁ ଆସିଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏଥିରେ ଚୀନ,ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶର ଲୋକମଧ୍ୟ ଥିଲେ । ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପୂର୍ବରୁ ଅଧିକାଂଶ ଲୋକ ମର୍କାଜ୍ ଛାଡ଼ିଦେଇଥିଲେ ମଧ୍ୟ  ପ୍ରାୟ ୧୫ ଶହ ଲୋକ ସେଠାରେ ରହିଥିଲେ ।

ଏହି ଘଟଣା ପରେ ଦିଲ୍ଲୀ ପୁଲିସ ଏହି ଜମାତର ଆୟୋଜକମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ବାରମ୍ବାର ସମନ ଜାରି ହେବା ସତ୍ତ୍ବେ ମୌଲାନା ସାଦ ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ମୌଲାନା ସାଦଙ୍କ ପରିବାରର ୪ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି ।