୩ ମଇ ଯାଏ ବଢିଲା ଲକ ଡାଉନ , ୨୦ ଏପ୍ରିଲରୁ କିଛି କ୍ଷେତ୍ର ସର୍ତ୍ତମୂଳକ କୋହଳ ହେବ

୩ ମଇ ଯାଏ ବଢିଲା ଲକ ଡାଉନ , ୨୦ ଏପ୍ରିଲରୁ କିଛି କ୍ଷେତ୍ର ସର୍ତ୍ତମୂଳକ କୋହଳ ହେବ

ଦେଶ -ବିଦେଶ ବଡ ଖବର

#୩_ମଇ_ଯାଏ_ବଢିଲା_ଲକ_ଡାଉନ         ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର  ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକ ଡାଉନକୁ ଆଗାମୀ ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସେ ସ୍ପଷ୍ଟ କରିଛନ୍ତି ଯେ କରୋନା ସଂକ୍ରମଣରୁ ବର୍ତି ଥିବା ଅଂଚଳ ମାନଙ୍କର ଆଗାମୀ ୨୦ ଏପ୍ରିଲରୁ ଲକ ଡାଉନରେ ସର୍ତମୂଳକ ରିହାତି ଦିଆ ଯାଇ ପାରେ । ଏ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ସରକାରଙ୍କ ପକ୍ଷରୁ ବୁଧବାର ଦିନ ଘୋଷଣା କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସକାଳ ୧୦ଟାରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନରେ କହିଛନ୍ତି ଯେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କର ପରାମର୍ଶ ଅନୁସାରେ ଲକଡାଉନର ଅବଧିକୁ ବଢା ଯିବା ଉଚିତ । କିଛି ରାଜ୍ୟ ଆଗରୁ ଲକ ଡାଉନକୁ ବଢାଇବାକୁ ଘୋଷଣା କରି ସାରିଛନ୍ତି । ସମସ୍ତଙ୍କ ମତାମତ ଅନୁସାରେ ଲକ ଡାଉନକୁ ଆଗାମୀ ତିନି ମଇ ଯାଏ ବଢା ଯିବାକୁ ସେ ଘୋଷଣା କରିଛନ୍ତି ।

ମୋଦି କହିଛନ୍ତି, “ପୁଲିସ୍‌ ଷ୍ଟେସନ ସ୍ତରରୁ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବ୍ୟବସ୍ଥା କରାଯିବ। ଆସନ୍ତା ଗୋଟିଏ ସପ୍ତାହ ସମସ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା। ଯେଉଁ ଅଞ୍ଚଳ ଏହି ଅଗ୍ନି ପରୀକ୍ଷାରେ ପାସ ହେବ। ସେଠାରେ କିଛି ଜରୁରୀ କାର୍ଯ୍ୟକ୍ରମ ଓ ସେବା ପାଇଁ ସର୍ତ୍ତ ମୂଳକ ଭାବେ କଟକଣା କୋହଳ କରାଯିବ। ହେଲେ ଏହା ପୂର୍ବରୁ ପ୍ରଥମେ ସେହି ଅଞ୍ଚଳରେ କରୋନା ହଟସ୍ପଟ ସୃଷ୍ଟି ହୋଇ ନଥିବ କିମ୍ବା କୌଣସି ନୂଆ କରୋନା ଚିହ୍ନଟ ହୋଇ ନଥିବେ। କଟକଣା କୋହଳ ହେଲେ ମଧ୍ୟ ସମସ୍ତ ପ୍ରକାରର ସର୍ତ୍ତ ଲାଗୁ ହେବ। ତେଣୁ ଏହାକୁ ସମସ୍ତେ ମନେ ରଖିବା ଦରକାର। ଯଦି ଲକଡାଉନ କଟକଣାକୁ କିଏ ଅଣଦେଖା କରିବ କିମ୍ବା କରୋନା ଭାଇରସ ସଂକ୍ରମିତ ହେବ, ତା’ହେଲେ କୋହଲ କରାଯାଇଥିବା କଟକଣାକୁ ତୁରନ୍ତ ବାତିଲ କରିଦିଆଯିବ। ତେଣୁ ସମସ୍ତେ ସତର୍କ ରୁହନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରାନ୍ତୁ।

ମୋଦି  କହିଛନ୍ତି, “୨୧ ଦିନିଆ ଲକଡାଉନ ଯୋଗୁ ଅନେକ ଲୋକ କଷ୍ଟ ସହିଛନ୍ତି। କିଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ନିଜ ପରିବାରର ଠାରୁ ଦୂରରେ ରହିଛି। ତଥାପି ଆପଣମାନେ କରୋନା ଲଢ଼େଇରେ ନିଜକୁ ସାମିଲ କରି ଲକଡାଉନକୁ ସଫଳ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଶତଶତ ନମସ୍କାର ଓ ଧନ୍ୟବାଦ। ଦେଶବାସୀଙ୍କ ଧୈର୍ଯ୍ୟ ପାଇଁ ଆମେ କିଛି କ୍ଷେତ୍ରରେ କରୋନାକୁ ରୋକିବାରେ ସକ୍ଷମ ହୋଇପାରିଛୁ। ଆପଣମାନେ କଷ୍ଟ ସହିଥିବାରୁ ଦେଶ ବର୍ତ୍ତି ଯାଇଛି। ଅନେକ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଛି। ହେଲେ ଲକଡାଉନ ବେଳେ ଲୋକମାନେ ଏହି ପର୍ବକୁ ଘର ଭିତରେ ରହି ପାଳନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।

ବିଶ୍ୱରେ କରୋନା ସ୍ଥିତି ଯାହା ସେକଥା ସମସ୍ତେ ଜାଣିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କେମିତି କରୋନାର ମୁକାବିଲା ହେଉଛି ସେକଥା ସମସ୍ତେ ଦେଖୁଛନ୍ତି। ଦେଶବାସୀ ଏହାର ସାକ୍ଷୀ ରହିଛନ୍ତି। ଭାରତରେ ମାତ୍ର ୫୫୦ କରୋନା ଆକ୍ରାନ୍ତ ଥିବା ବେଳେ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ସ୍ଥିତି ବିଗିଡ଼ିବା ପୂର୍ବରୁ ହିଁ ଭାରତରେ କଟକଣା ଲାଗୁ ହୋଇଥିଲା।

ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥିତି ବେଶ ସକାରାତ୍ମକ ରହିଛି। ମାସେ ଦେଢ଼ ମାସ ପୂର୍ବରୁ କିଛି ଦେଶର ସ୍ଥିତି ଭାରତ ସମକକ୍ଷ ଥିଲା। ହେଲେ ଏହି ସମୟ ସୀମା ମଧ୍ୟରେ ଉକ୍ତ ରାଷ୍ଟ୍ରଗୁଡ଼ିକରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ୩୦ରୁ ୪୦ ଗୁଣ ବଢ଼ି ଯାଇଛି। ହେଲେ ଭାରତ ସମୟ ଥାଉ ଥାଉ ପଦକ୍ଷେପ ନେଇଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦେଶର ରାଜ୍ୟ ସରକାରମାନେ ମଧ୍ୟ ବହୁ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିଛନ୍ତି। ୨୪ ଘଣ୍ଟା ସମସ୍ତେ ନିଜର ଦାୟିତ୍ୱ ଠିକ ଭାବେ କାର୍ଯ୍ୟ କରିଛନ୍ତି।

ତଥାପି କରୋନା ଯେଉଁଭଳି ଭାବେ ବ୍ୟାପୁଛି, ତା’କୁ ଦେଖି ସମସ୍ତେ ଅଧିକ ସତର୍କ ହୋଇଛନ୍ତି। ଏବେ ଆମେ ଆଗକୁ କ’ଣ କରିବା ଓ କରୋନାକୁ କେମିତି କରିବା, ସେନେଇ ରାଜ୍ୟମାନଙ୍କ ସହ ନିରନ୍ତର ଆଲୋଚନା ଚାଲିଛି। ସମସ୍ତେ ଲକଡାଉନ ସପକ୍ଷରେ ମତ ଦେଇଛନ୍ତି। ତେଣୁ ସବୁ କଥାକୁ ବିଚାର କରି ମେ’ ୩ ଯାଏ ଲକଡାଉନ ବୃଦ୍ଧି କରାଯାଉଛି।”

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଶେଷରେ ସାତଟି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ ବ୍ୟସ୍ତ ବ୍ୟକ୍ତି ଓ ବେମାର ଲୋକଙ୍କୁ ବିଶେଷ ଧ୍ୟାନ ଦିଆ ଯିବା ଆବଶ୍ୟକ । ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କର ବ୍ୟବହାର କରନ୍ତୁ । ନିଜର ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ପାଳନ କରନ୍ତୁ । ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରନ୍ତୁ ଓ ଅନ୍ୟ ମାନଙ୍କୁ ଡାଉନଲୋଡ କରିବାକୁ କୁହନ୍ତୁ । ଗରୀବ ଲୋକ ମାନଙ୍କର ଦେଖାଶୁଣା କରନ୍ତୁ । ନିଜର କର୍ମଚାରୀ ମାନଙ୍କ କଥା ବୁଝନ୍ତୁ । ସେମାନଙ୍କୁ ଚାକିରୀରୁ ବାହାର କରନ୍ତୁ ନାହିଁ । କରୋନା ବିରୁଦ୍ଧରେ ଲଢେଇ ଲଢୁଛିବା ସ୍ୱାସ୍ଥ୍ୟ