ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଶା କଟକ ବଡ ଖବର

#ଲକ୍_ଡାଉନ୍_ବେଳେ_ଜବତ_ଗାଡି_ଛାଡିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ           କଟକ    :    ଲକ୍ ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନ ମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ । ଏଥି ସହିତ ଲକ୍ ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦୁଇ ଚକିଆ ଗାଡି ଜବତ ହେଲେ ଚଳାଉଥିବା ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡାଯିବ ବୋଲି ହାଇକୋର୍ଟ କହିଛନ୍ତି ।

ହାଇକୋର୍ଟଙ୍କ ରାୟ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନିକଟରୁ ଗାଡି ଜବତ କରାଯାଇଥିଲା ସେ ଏଭଳି ଭାବେ ଆଉ ଗାଡି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ଦେବେ । ଏଥି ସହିତ ଏଭଳି ଗାଡିକୁ ତିନି ଥର ବିନା ଜରିମାନାରେ ତଥା ଅଣ୍ଡରଟେକିଂ ରଖି ଛଡାଯିବ । ଯେତେବେଳ ପର୍ଯ୍ୟନ୍ତ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସଂପର୍କିତ ଉପଯୁକ୍ତ ନିୟମାବଳୀ ଓ ବ୍ୟବସ୍ଥା ସରକାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତର ରହିବ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହାକୁ ସଂପୂର୍ଣ୍ଣ ଭାବେ କଟକଣା ଉଠି ଯାଇଛି ବୋଲି ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି । ଏହି ପ୍ରସଂଗକୁ ମାନବିକତା ଦୃଷ୍ଟି କୋଣରୁ ସରକାରଙ୍କ ଉପଯୁକ୍ତ ବିଭାଗ ଓ ପୁଲିସ ଡିଜି ବି·ରକୁ ନେବେ । ଏଥି ସହିତ ସ୍ଥାନୀୟ ଅଂଚଳରେ ଯେପରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରିବେ ସେଥି ପାଇଁ ସରକାର ସବିଶେଷ ଯୋଜନା ଆଣିବେ ଯାହା ଦ୍ୱାରା ଦୁଇ ଚକିଆ ଯାନ ବ୍ୟବହାର ଦରକାର ପଡିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତିୟ ।ଏଥି ସହିତ ଲକ୍ ଡାଉନ ବେଳେ ଜବତ କରାଯାଇଥିବା ଗାଡି ଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।