#୧୦୫୦ଟି_ଜିନିଷ_ଲାଗି_ଭାରତର_ବିକଳ୍ପ_ଖୋଜା ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ଯୋଗୁ ଭାରତ ସରକାର କେତେକ ସାମଗ୍ରୀର ପ୍ରସ୍ତୁତି ଲାଗି ବିକଳ୍ପ ପନ୍ଥା ଖୋଜୁଛନ୍ତି।ସରକାର ଏବେ କପଡ଼ା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ ଏବଂ କୀଟନାଶକ ଭଳି ୧୦୫୦ଟି ଜିନିଷ ଅନ୍ୟ ଦେଶରୁ ଆମଦାନି କରିବାକୁ ବିକଳ୍ପ ଖୋଜୁଛନ୍ତି । ଭାରତର ମୋଟ ଆମଦାନିର ୫୦ ପ୍ରତିଶତରୁ ଅଧିକ ଚୀନରୁ ହିଁ ହୋଇଥାଏ ।
ଭାରତ ଫର୍ମା ଓ କେମିକାଲ, ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ ଏବଂ ପ୍ଲାଷ୍ଟି ଆମଦାନୀ ପାଇଁ ଚୀନ ଉପରେ ନିର୍ଭର କରିଥାଏ । କପଡ଼ା, ଆର୍ଗୋନିକ କ୍ୟାମିକାଲ, ଜେମ୍ସ ଆଣ୍ଡ ଜୁଏଲାରି ରପ୍ତାନୀ କରିବାରେ ଭାରତ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ଚୀନରୁ ଆମଦାନି ହେଉଥିବା ଜିନିଷର ତାଲିକା ବହୁତ ଲମ୍ବା । ଏଥିରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଡାଟା ପ୍ରୋସେସିଂ ମେସିନ, ସେମିକଣ୍ଡକ୍ଟର ଉପକରଣ, ଅଟୋ ପାଟର୍ସ, ଷ୍ଟିଲ୍ ଏବଂ ଆଲୁମିନିୟମ୍. ମୋବାଇଲ ଫୋନ ମଧ୍ୟ ସାମିଲ ଅଛି ।