୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

୬୯୨୩ କୋଟି ଟଙ୍କାର ୩ଟିି ନୂତନ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ : ନୟାଗଡ଼ରେ ହେବ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ

ଓଡିଶା ବଡ ଖବର ବାଣିଜ୍ୟ ରାଜ୍ୟ

#ନୟାଗଡ଼ରେ_ହେବ_ଇଣ୍ଟିଗ୍ରେଟେଡ୍_ଷ୍ଟିଲ_ପ୍ଲାଣ୍ଟ  ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୬୯୨୩.୨୬ କୋଟି ଟଙ୍କାର ୩ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୨୨ତମ ହାଇଲେଭଲ୍ କ୍ଲିୟରାନ୍ସ ଅଥରିଟି(ଏଚ୍ଏଲସିଏ) ବୈଠକରେ ନିତୀଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ, ଇସ୍ପାତ, ଆଲୁମିନିୟମ ଏବଂ ଥର୍ମାଲ୍ ପାୱାର ଇତ୍ୟାଦି ୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଏହି ୩ଟି ପ୍ରକଳ୍ପରେ ୪୬୩୮ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି ।

ହାଇଲେଭଲ୍ କ୍ଲିୟରାନ୍ସ ଅଥରିଟି  ପକ୍ଷରୁ କେନ୍ଦୁଝର ଜିଲ୍ଲାର ଦେଉଝରଠାରେ ତ୍ରିବେଣୀ ଆର୍ଥ ମୁଭରସ ପ୍ରାଇଭେଟ ଲିମିଟେଡକୁ ଦୁଇଟି ପର୍ଯ୍ୟାୟରେ ୩୦ ଏମଟିପିଏ କ୍ଷମତା ବିଶିଷ୍ଟ ବେନେଫିକେସନ୍ ପ୍ଲାଣ୍ଟ ବସାଇବା ନିମନ୍ତେ ୧୪୨୬.୭୫ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୮୮୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି ପାରାଦ୍ୱୀପର ଭିତରଗଡଠାରେ ତ୍ରିବେଣୀକୁ ତିନୋଟି ପଯ୍ୟାୟରେ ୨୪ ଏମଟିପିଏ କ୍ଷମତା ବିଶିଷ୍ଟ ପେଲ୍ଲେଟ ପ୍ଲାଣ୍ଟ ବସାଇବା ନିମନ୍ତେ ୩୩୯୬.୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୯୫୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହଛଡା ରାଜ୍ୟର ଇସ୍ପାତ କ୍ଷେତ୍ରରେ ନୟାଗଡଠାରେ ଓଡ଼ିଶା ମେଟାଲିକ୍ସକୁ ୧.୨ ଏମଟିପିଏ  କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟସହିତ ୨୨୫ଏମଟିପିଏ  ବିଶିଷ୍ଟ ସିପିପି ବସାଇବା ନିମନ୍ତେ ୨୧୦୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୮୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।