ଖିଲାପି ଋଣ ଏସବିଆଇ ପାଇଁ ବିପଦ !

ଖିଲାପି ଋଣ ଏସବିଆଇ ପାଇଁ ବିପଦ !

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଖିଲାପି_ଋଣ_ଏସବିଆଇ_ପାଇଁ_ବିପଦ     ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ବିଗତ କିଛି ବର୍ଷ ହେଲା ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯାହାଦ୍ୱାରା କି ବ୍ୟାଙ୍କରୁ ଋଣ ନେଇଥିବା ବଡ଼ ବଡ଼ ବ୍ୟବସାୟୀମାନେ ଋଣ ସୁଝିବା ବଦଳରେ ଦେଶ ଛାଡ଼ି ଚାଲିଯାଉଛନ୍ତି । ଏହାଛଡ଼ା ଅନ୍ୟ କେତେକ କାରଣରୁ ଋଣ ଅର୍ଥ ପ୍ରଦାନ କରାଯାଉନଥିବାରୁ ଅନାଦେୟ ଋଣର ମାତ୍ରା ବୃଦ୍ଧି ପାଇବା ସହିତ ଏହା ବ୍ୟାଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ସରକାର କେତେକ ଋଣଗ୍ରସ୍ତ ବ୍ୟାଙ୍କକୁ ଅ ।ର୍ôଥକ ସହାୟତା ଦେଇ ପୁଣିଥରେ ସ୍ଥିତି ସୁଧାରୁଛନ୍ତି କିମ୍ବା ସେହି ବ୍ୟାଙ୍କକୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରାଉଛନ୍ତି । ନିକଟରେ କେନ୍ଦ୍ର ସରକାର ଏଭଳି କିଛି ବ୍ୟାଙ୍କର ମିଶ୍ରଣ କରିଥିଲେ । କଥା ହେଉଛି ବ୍ୟାଙ୍କଗୁଡ଼ିକର ଏହି ସ୍ଥିତି ଯୋଗୁଁ ଦେଶର ଆର୍ଥିକ ଅବସ୍ଥା ଧିରେଧିରେ ଦୁର୍ବଳ ହେଉଛି । ସମ୍ପ୍ରତି ଏସ୍ ବ୍ୟାଙ୍କ ଘଟଣା ସମଗ୍ର ଦେଶରେ ମୁଖ୍ୟ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ଏହି ଏସ୍ ବ୍ୟାଙ୍କର ସ୍ଥିତିକୁ ସୁଧାରିବା ପାଇଁ ସରକାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେଉଁ ଏସବିଆଇକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ସେହି ଏସବିଆଇର ସ୍ଥିତି ବର୍ତ୍ତମାନ କ’ଣ ସେ ସମ୍ପର୍କରେ କାହା ନିକଟରେ ସୂଚନା ନାହିଁ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦେଶର ସବୁଠାରୁ ବଡ଼ ବ୍ୟାଙ୍କ କୁହାଯାଉଥିବା ଏସବିଆଇର ଆର୍ଥିକ ଅବସ୍ଥା ସେଭଳି ନାହିଁ ଯାହା ଆକଳନ କରାଯାଉଛି । ଏସବିଆଇର ଅନାଦେୟ ଋଣ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଅନ୍ୟାନ୍ୟ ବ୍ୟାଙ୍କଗୁଡ଼ିକରୁ ଋଣ ନେଇ ଯେଭଳି ଭାବେ ବଡ଼ବଡ଼ ବ୍ୟବସାୟୀମାନେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛନ୍ତି ଠିକ୍ ସେହିଭଳି ଆଗାମୀ ଦିନରେ ଯଦି ଏନେଇ ପଦକ୍ଷେପ ଗ୍ରହଣ କରାନଯାଏ ତା’ହେଲେ ଏସବିଆଇର ସ୍ଥିତି ସେଭଳି ନହେବ ବେ ।ଲି କହିହେବ ନାହିଁ ।

Image result for sbi

ସବୁଠାରୁ ବିପଦଜନକ କଥା ହେଉଛି ବ୍ୟାଙ୍କରୁ ଋଣ ନେଇ ନିଜକୁ ଦେବାଳିଆ ଘୋଷିତ କରିବା ପାଇଁ ଏକ ମଡେଲ ସୃଷ୍ଟି କରାଯାଇଛି । ଯାହାର ନାମ ହେଉଛି ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ । ଏହି ଟ୍ରିବ୍ୟୁନାଲ୍ ଦେଶର ବଡ଼ବଡ଼ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ରହିଥିବା ଅନାଦେୟ ଋଣ ସମସ୍ୟାର ସମାଧାନ କରିଥାଏ । କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଏହି ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ କେବଳ ସରକାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛି । ଯାହାର ଫଳସ୍ୱରୂପ ପରିସ୍ଥିତି ସମ୍ପ୍ରତି ଅଣାୟତ୍ତ ଅବସ୍ଥାକୁ ଚାଲିଗଲାଣି । ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଧରାଯାଉ ୧୦ କୋଟି ଟଙ୍କାର ଋଣ ନେଲେ । ସେଥିମଧ୍ୟରୁ ୮ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । ଅବଶିଷ୍ଟ ରହିଲା ୨କୋଟି ଟଙ୍କା । ବ୍ୟାଙ୍କରୁ ଆଣିଥିବା ଋଣ ନସୁଝିପାରିବା କ୍ଷେତ୍ରରେ ବ୍ୟାଙ୍କ ସମ୍ପୃକ୍ତ ବ୍ୟବସାୟୀଙ୍କୁ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍କୁ ଟାଣିଲା । ସେଠାରେ ଯେନତେନ ପ୍ରକାରେ ମାମଲାର ସମାଧାନ କରାଯାଇ ୨ କୋଟି ଟଙ୍କାର ସେଟେଲମେଣ୍ଟ କରାଗଲା । ଏ କ୍ଷେତ୍ରରେ କମ୍ପାନୀ ବ୍ୟାଙ୍କରୁ ଋଣ ନେଇଥିବା ୧୦ କୋଟି ଟଙ୍କାରୁ ୮ କୋଟି ଟଙ୍କା କେବଳ ମୌଜ ମସ୍ତିରେ ମନଇଚ୍ଛା ଖର୍ଚ୍ଚ କରିଦେଲେ । ମାତ୍ର ୨ କୋଟି ଟଙ୍କାରେ ସମସ୍ୟାର ସମାଧାନ ହୋଇଗଲା ଏବଂ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଋଣରୁ ମୁକ୍ତ କରିଥିବା ସାର୍ଟିଫିକେଟ୍ ପ୍ରଦାନ କରିଦେଲେ । ତେଣୁ ଏଠାରେ ଯେଉଁ ୮ କୋଟି ଟଙ୍କା ଛାଡ଼ କରାଗଲା ଏହାଦ୍ୱାରା କିଏ ଲାଭବାନ ହେଲା? ଏଭଳି ସ୍ଥିତି ଦେଶର ସମସ୍ତ ବ୍ୟାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ଯଦି ଦେଖାଯାଏ ବର୍ତ୍ତମାନ ବହୁ ବଡ଼ବଡ଼ କମ୍ପାନୀ ବ୍ୟାଙ୍କରୁ ଋଣ ନେଇ ଡିଫଲ୍ଟର ହୋଇଛନ୍ତି । ସେଥିମଧ୍ୟରୁ ଭିଡିଓକୋନ୍ ୨୯ ହଜାର କୋଟି ଟଙ୍କା ଏସବିଆଇ ରୁ ନେଇ ଡିଫଲ୍ଟର ରହିଛି । ଜେପି ଇନଫ୍ରାଷ୍ଟ୍ରକ୍ଚର ୨୨ ହଜାର କୋଟି , ଆଇଜିଆରସିଏଲ୍ ୧୦ ହଜାର ୧୦୭ କୋଟି , ରୁଚି ସୋୟା ୪୫୧୩ କୋଟି , ଉତ୍ତମ ଗଲବାଇ ଷ୍ଟିଲ୍ ୪୧୫୦କୋଟି , ସୋମା ଏଣ୍ଟରପ୍ରାଇଜର୍ସ ୧୮୯୫ କୋଟି , ଏସିଆ କଲର କୋଟେଡ୍ ସ୍ପା ୩୦୧୯ କୋଟି , ବଲାରପୁର ଇଣ୍ଡଷ୍ଟ୍ରି ୬୦୦୦ କୋଟି , ଏସଆର ଷ୍ଟିଲ୍ ୩୭,୨୮୪ କୋଟି, ଭୂଷଣ ପାୱାର ଷ୍ଟିଲ୍ ୩୭୨୪୮କୋଟି , ଏମଟେକ୍ ଅଟୋ ୧୪୦୦୦ କୋଟି , ମୋନେଟିକ୍ ସ୍ପାର୍କ ଏନର୍ଜି ୧୨୧୧୫ କୋଟି , ଇଲେକ୍ଟ୍ରୋ ଷ୍ଟିଲ୍ ଲିମିଟେଡ୍ ୧୦୨୭୩, ଏରା ଇନଫ୍ରା ଇଞ୍ଜିନିୟରିଂ ୧୦,୦୬୫କୋଟି , ଏବିସି ସିପୟାର୍ଡ ୬,୯୫୩ କୋଟି , ଜ୍ୟୋତି ଷ୍ଟ୍ରକ୍ଚର ୫୧୬୫ କୋଟି ର ଋଣ ଖିଲାପି ବା ଡିଫଲ୍ଟର ହୋଇଛନ୍ତି । ଏହି ତାଲିକା କେବଳ ଏତିକିରେ ଶେଷ ହୋଇନାହିଁ । ଏହାର ଏକ ଲମ୍ବା ତାଲିକା ରହିଛି ।

କଥା ହେଉଛି ଏହି କମ୍ପାନୀଗୁଡ଼ିକର ଯେଉଁ ସେଟେଲମେଣ୍ଟ ହେବ ସେଥିମଧ୍ୟରୁ ସେମାନେ ନିଜ ମୌଜମସ୍ତିରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିସାରିଛନ୍ତି । ପରେ ସେଟେଲମେଣ୍ଟ ମାଧ୍ୟମରେ ସ୍ୱଳ୍ପ ଅର୍ଥ ଦେଇ ଏମାନେ ଋଣ ମୁକ୍ତ ହୋଇଯିବେ । ଏ ସବୁ ଦୁର୍ନୀତିକୁ ଦେଖିବାକୁ କେହି ନାହାନ୍ତି ।

Image result for sbi

ଉଦାହରଣ ସ୍ୱରୂପ ଆଲୋକ ଇଣ୍ଡଷ୍ଟ୍ରିଜ୍ ଏସବିଆଇରୁ ଋଣ ନେଇ ୨୨,୦୭୫ କୋଟି ଟଙ୍କାର ଡିଫଲ୍ଟର ହୋଇଥିଲା । ରିଲାଏନ୍ସ ଏହାର ୩୭% ଅଂଶଧନ ୫ ହଜାର କୋଟି ରେ କ୍ରୟ କରିଥିଲା । କଥା ହେଉଛି ଯେତେବେଳେ ଏସବିଆଇ ଆଲୋକ ଇଣ୍ଡଷ୍ଟ୍ରିକୁ ମୋଟ ଋଣ ଅର୍ଥ ଫେରାଇବାକୁ କହିଲା ସେ ସମୟରେ ଆଲୋକ ଇଣ୍ଡଷ୍ଟ୍ରିଜ୍ ଯୁକ୍ତି ଦର୍ଶାଇଥିଲା ଯେ, କମ୍ପାନୀ ବ୍ୟାଙ୍କରୁ ଋଣ ନେଇଥିବାରୁ ଏକକାଳୀନ ସୁଝିବା ସମ୍ଭବପର ନୁହେଁ । ସେ ସମୟରେ ଏସବିଆଇର ଦାୟିତ୍ୱରେ ଜନୈକ ମହିଳା ଅଧିକାରୀ ଥିଲେ । ସେ ଏହି ମାମଲାକୁ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲକୁ ନେଇଥିଲେ । ଶେଷରେ ୧୩ ହଜାର କୋଟି ରେ ସେଟେଲମେଣ୍ଟ ହୋଇଥିଲା ଏବଂ ସେ ସମୟରେ ଏସବିଆଇର ଚେୟାରମ୍ୟାନ ସମ୍ପ୍ରତି ସ୍ପେଶାଲ ଡାଇରେକ୍ଟର ଭାବେ ରିଲାଏନସରେ ଅଛନ୍ତି । ଏଥିରୁ ଅନୁମାନ କରାଯାଇପାରେ ଯେ ଆଲୋକ ଇଣ୍ଡଷ୍ଟ୍ରିଜ୍ର ସେଟେଲମେଣ୍ଟରେ କେଉଁ ପନ୍ଥା ଅବଲମ୍ବନ କରାଯାଇଛି । ଏଠାରୁ ଯଦି ଆଲୋଚନା କରିବା ତେବେ ଆଲୋକ ଇଣ୍ଡଷ୍ଟ୍ରିଜ୍ କ୍ଷେତ୍ରରେ ହୋଇଥିବା ସେଟେଲମେଣ୍ଟରୁ ଗୋଟିଏ ନୂଅ । ଉପାୟ ବାହାରିଲା ଯେଉଁଥିରୁ ଜଣାପଡ଼ିଲା ଯେ, ଦେଶର ଯେଉଁ କର୍ପୋରେଟଗୁଡ଼ିକ ସରକାରୀ ଅନୁକୂଳ ରହିବେ ସେମାନଙ୍କ ପାଇଁ ବ୍ୟାଙ୍କ କାମ କରିବେ । ବ୍ୟାଙ୍କ ଧିରେଧିରେ ସେମାନଙ୍କର ଋଣ ଖିଲାପି ମାମଲାଗୁଡ଼ିକ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍କୁ ଆଣିବେ ଏବଂ ସେଠାରେ ଋଣଗ୍ରସ୍ତ କମ୍ପାନୀ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲରେ ପହଞ୍ଚିବା ପରେ ଅଦାଲତ କହିବେ ଯେ ସେମାନେ ଋଣ ଗ୍ରସ୍ତ ହୋଇଥିବାରୁ ସେମାନଙ୍କ କମ୍ପାନୀ ଚଳାଇବାରେ ସକ୍ଷମ ନୁହଁନ୍ତି, ତେଣୁ ଋଣରୁ ବର୍ତ୍ତିବା ପାଇଁ ସେମାନେ କମ୍ପାନୀକୁ ବିକ୍ରି କରିଦିଅନ୍ତୁ । ଏ କ୍ଷେତ୍ରରେ ଋଣଗ୍ରସ୍ତ କମ୍ପାନୀ ଋଣମୁକ୍ତ ହେବା ପାଇଁ କମ୍ପାନୀକୁ ବିକ୍ରି କରିଦିଅନ୍ତି ଏବଂ ଏହି କମ୍ପାନୀକୁ ଶାଗମାଛ ମୂଲରେ ସରକାରୀ ଅନୁକୂଳ କର୍ପୋରେଟ୍କୁ ପ୍ରଦାନ କରାଯାଏ । ଏହି ଧାରା ବିଗତ କିଛି ବର୍ଷ ହେଲା ଜାରି ରହିଛି । ଯାହାକି ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେବାରେ ଲାଗିଛି ।

Image result for sbi

ନିକଟରେ ଲାନକୋ ଇନ୍ଫେ ।ଟେକ୍ ୪୪,୩୬୪ କେ ।ଟି ଟଙ୍କାର ଡିଫଲ୍ଟର ଅଛନ୍ତି । ବର୍ତ୍ତମାନ ଏହି ମାମଲା ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ରେ ରହିଛି ଏବଂ ଲ’ ଟ୍ରିବ୍ୟୁନାଲ୍ ଲାନକୋ ଇନ୍ଫେ ।ଟେକ୍ ସେଟେଲମେଣ୍ଟ ୧୨୩, ୧୨୬ କୋଟି, ୧୨୯ କୋଟିରେ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଭଳି ଏସବିଆଇରୁ ଋଣ ନେଇ ଅନେକ କମ୍ପାନୀ ଡିଫଲ୍ଟର ଅଛନ୍ତି । ବ୍ୟାଙ୍କର ସ୍ଥିତି ସୁଧାରିବା ବଦଳରେ ଏକ ଷଡଯନ୍ତ୍ର କରାଯାଇ ଋଣଗ୍ରସ୍ତ କମ୍ପାନୀକୁ ଶାଗମାଛ ମୂଲରେ ସରକାରୀ ଅନୁକୂଳ କର୍ପୋରେଟକୁ ବିକ୍ରି କରିଦିଆଯାଉଛି । ଏହାଦ୍ୱାରା ଲାଭବାନ କିଏ ହେଉଛି ? ବ୍ୟାଙ୍କର ସ୍ଥତି ଏଥିରେ ଦୁର୍ବଳ ହେବ ନାହିଁ ତ କ’ଣ? ଏସବୁ ସ୍ଥିତି ସାଧାରଣ ଜନତାଙ୍କୁ ଜଣାଇ ଦିଆଯାଉନାହିଁ । ଯଦି ଗଣମାଧ୍ୟମ ଦ୍ୱାରା ଜନସାଧାରଣ ଏନେଇ ସଚେତନ କାଳେ ହୋଇଯିବେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ଚକ୍ରାନ୍ତ କରାଯାଇ ବିଭିନ୍ନ ସମସ୍ୟାକୁ ଜନସାଧାରଣଙ୍କ ନିକଟକୁ ଠେଲିଦିଆଯାଉଛି । ଯାହାଦ୍ୱାରା ଜନସାଧାରଣ ସେହି ସମସ୍ୟା (ଯେଭଳି କରୋନା) କୁ ନେଇ ଚିନ୍ତିତ ରହିବେ ଏବଂ ଏହି ଆଳରେ ଏକ ସୁଚିନ୍ତିତ ଯୋଜନା କରାଯାଇ ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରାଯାଉଛି ।

ବର୍ତ୍ତମାନ ଦେଶର ସରକାରଙ୍କ ଆର୍ଥିକ ସ୍ଥିତି ଚିନ୍ତାଜନକ । ଏହାମଧ୍ୟ ଏସବିଆଇ ଭଳି କେତେକ ବ୍ୟାଙ୍କର ସ୍ଥିତିକୁ ଦେଖି ସ୍ପଷ୍ଟ ଆକଳନ କରାଯାଇପାରୁଛି । କିନ୍ତୁ କହିବ କିଏ? ସାଧାରଣ ଜନତାଙ୍କ ନିକଟରେ ଏକଥା ପହଞ୍ଚିବ କିପରି? ସରକାରଙ୍କର ଆର୍ଥିକ ସ୍ଥିତି ଏଭଳି ରହିଛି ଯେ, ବର୍ତ୍ତମାନ ସରକାରଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଛି । ସେହି କାରଣ ଯୋଗୁଁ ସିଂ କମିଟି ସରକାରୀ କର୍ମ·ରୀଙ୍କର ଚାକିରୀର ବୟସସୀମା ୫୮ ବର୍ଷ କରିବା ପାଇଁ ସୁପାରିଶ କରିଛନ୍ତି । ଅବଶ୍ୟ ଏହାଦ୍ୱାରା ଆର୍ଥିକ ସ୍ଥିତି ଅନେକାଂଶରେ ସୁଧାର କରାଯାଇପାରେ । କାରଣ ୫୮ ବର୍ଷରେ ସରକାରୀ କର୍ମଚାରୀ ଅବସର ଗ୍ରହଣ କଲେ ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀ ନିଯୁକ୍ତି ପାଇବେ । ଏହାଦ୍ୱାରା ନିଯୁକ୍ତି ସମସ୍ୟାର କେତେକାଂଶରେ ସମାଧାନ ହେବ ଏବଂ ଜଣେ ଯେଉଁ ବେତନ ନେଉଥିଲେ ସେହି ବେତନରେ ପ୍ରାରମ୍ଭିକ ସ୍ତରରେ ୪ ଜଣଙ୍କୁ ସ୍ୱଳ୍ପ ବେତନରେ ନିଯୁକ୍ତି ଦିଆଯାଇପାରିବ । ବର୍ତ୍ତମାନ ଦେଶର ଆର୍ଥିକ ଅବସ୍ଥା ଏଭଳି ଥିବାବେଳେ ଜନସାଧାରଣ ସମ୍ପୂର୍ଣ୍ଣ ଅଜ୍ଞ । ଜନସାଧାରଣଙ୍କୁ ଅଜ୍ଞ କରିବା ପାଇଁ ମଧ୍ୟ ଷଡଯନ୍ତ୍ର କରାଯାଉଛି ।