ରାଜ୍ୟ ସରକାରଙ୍କ ରେକର୍ଡ: ଗୋଟିଏ ଦିନରେ ୧,୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ରାଜ୍ୟ ସରକାରଙ୍କ ରେକର୍ଡ: ଗୋଟିଏ ଦିନରେ ୧,୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ବଡ ଖବର ଓଡିଶା

#ଗୋଟିଏ_ଦିନରେ_୧,୦୩୮_ଜଣ_ନୂଆ_ଡାକ୍ତରଙ୍କୁ_ନିଯୁକ୍ତି    ଭୁବନେଶ୍ବର: ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ମିଳିଛି  ନିଯୁକ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ୍‌ ଖୁଣ୍ଟ ପ୍ରତିଷ୍ଠା କଲେ ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ନବନିଯୁକ୍ତ ଡାକ୍ତରମାନଙ୍କ ନିଯୁକ୍ତି ପ୍ରଶିକ୍ଷଣ (ଇଣ୍ଡକ୍ସନ୍‌ ଟ୍ରେନିଂ)ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜି ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ଦିନରେ ୧୦୩୮ଜଣ ଡାକ୍ତରଙ୍କୁ  ନିଯୁକ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ନବୀନ। ଏହା ସହ ଲୋକଙ୍କ ସେବାକୁ ନିଜ ଧର୍ମ ଭାବେ ବିଚାର କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮,୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫,୪୧୪ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି। ନିକଟରେ ଓପିଏସସି ୧,୪୦୩ଜଣ ଡାକ୍ତରଙ୍କୁ ଚୟନ କରିଥିବା ବେଳେ ତନ୍ମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।