ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଓଡିଶା ବଡ ଖବର

#ବିଜେଡିର_୪_ପ୍ରାର୍ଥୀ_ରାଜ୍ୟସଭାକୁ_ନିର୍ବାଚିତ     ଭୁବନେଶ୍ୱର  :  ବିଜେଡିର ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବୁଧବାର ଅପରାହ୍ନରେ ବିଧାନସଭାର ସମ୍ମିଳନୀ କକ୍ଷଠାରେ ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ମମତା ମହାନ୍ତ , ସୁଜିତ୍ କୁମାର , ମୁନା ଖାନ୍ ଓ ସୁବାସ ସିଂହ ଶ୍ରୀ ଶତପଥୀଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ।

ପରେ ପରେ ନିର୍ବାଚିତ ପ୍ରାର୍ଥୀମାନେ ବାଚସ୍ପତି  ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟ ସାକ୍ଷାତ କରିଥିଲେ । ବାଚସ୍ପତି ସେମାନଙ୍କୁ ଶଭେଚ୍ଛା ଜଣାଇଥିଲେ ।

ବିଧାନସଭା ସଚିବାଳୟ ନୋଟିସ୍ ବୋର୍ଡରେ ଏସମ୍ପର୍କରେ ଘୋଷଣା କରାଯାଇଥିଲା । ଏହାସହ ନିର୍ବାଚନ କମିଶନ , ଲ ଅଫ୍ ଜଷ୍ଟିସ୍ ଓ ରାଜ୍ୟସଭାକୁ ଏହି ଘୋଷଣାପତ୍ର ପଠାଇ ଦିଆଯାଇଛି । ଆସନ୍ତା ଏପ୍ରିଲ ୩ ତାରିଖରେ ସେମାନେ ରାଜ୍ୟସଭାରେ ଶପଥ ଗ୍ରହଣ କରିବେ ।

ଉଲ୍ଲେଖଯୋଗ୍ୟ ଯେ ଓଡିଶାର ୪ ଟି ରାଜ୍ୟସଭା ଆସନ ପାଇଁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନଥିଲେ । ବୁଧବାର ନାମାଙ୍କନପତ୍ର ପ୍ରତ୍ୟାରର ଶେଷ ତାରିଖ ଥିବା ବେଳେ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିଲେ ।ଫଳରେ ଉପରୋକ୍ତ ୪ ଜଣ ନିଦ୍ୱନ୍ଦରେ ନିର୍ବାଚିତ ହେବା ନେଇ ଘୋଷଣା କରାଯାଇଥିଲା । ଅଧିକ ସଂଖ୍ୟକ ପ୍ରାର୍ଥୀ ଥିଲେ ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା ।
ରାଜ୍ୟସଭାର ୪ ଜଣ ସଦସ୍ୟ ନିଜ ପଦର ମିଆଦ ପୁରିଯିବା ଯୋଗୁଁ ଆସନ୍ତା ଏପ୍ରିଲ ୨ ତାରିଖରେ ଅବସର ଗ୍ରହଣ କରିବେ ।