କରୋନା ଭାଇରସକୁ କାଉଣ୍ଟର କରିବା ପାଇଁ, ଚୀନରେ ପହଞ୍ଚିଲେ ରାକ୍ଷୀ ସାୱନ୍ତ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଅଭିନୟଠୁ ଅଧିକ ସେ ନିଜ କଣ୍ଟ୍ରୋଭର୍ସି ପାଇଁ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ସେ ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି।

ରାକ୍ଷୀ ଆଜିକାଲି ନିଜର ପ୍ରତ୍ୟେକ ଜିନିଷ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ନିଜ ମନର କଥା କୁହନ୍ତି। ଯେଉଁଥିରୁ ତାଙ୍କୁ ବରାବର ରେସ୍ପଣ୍ଡ ମଧ୍ୟ ମିଳେ। ନେଗେଟିଭ ହେଉ ବା ପଜିଟିଭ୍‌, କିନ୍ତୁ ଲୋକେ ତାଙ୍କ ଭିଡିଓରେ ରିପ୍ଲାଏ କରନ୍ତି। ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେଉଛି।

ରିପୋର୍ଟ ଅନୁସାରେ  ଚୀନରେ କରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ହେଲେ ରାକ୍ଷୀଙ୍କୁ ଏହି ଭାଇରସ୍‌ଠୁ ଜମା ଭୟ ନାହିଁ। ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି। ରାକ୍ଷୀ ନିଜେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ, କୋରୋନା ଭାଇରସକୁ ଶେଷ କରିବା ପାଇଁ ସେ ଚୀନ ଯାଉଛନ୍ତି। ରାକ୍ଷୀଙ୍କର ଏହି ଭିଡିଓ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।