ମଦ ପିଇ ଚାପୁଡା ମାରିଥିଲେ ତାପସୀ ପନ୍ନୁ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ନିଜ ଅପକମିଂ ଫିଲ୍ମ ‘ଥପ୍ପଡ୍‌’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି।  ଦର୍ଶକ ଫିଲ୍ମର କନ୍‌ସେପ୍ଟକୁ ବେଶ୍ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ନେଇ ଅଧିକାଂଶ ଲୋକେ ପଜିଟିଭ୍‌ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମରେ ତାପସୀଙ୍କ ବିପକ୍ଷରେ ପଭଲ ଗୁଲାଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସବୁଥର ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ତାପସିଙ୍କର ଭିନ୍ନ ଅବତାର ଦେଖିବାକୁ ମିଳିବ। ଏହି ଫିଲ୍ମରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଭଳି ମୁଦ୍ଦା ବିଷୟରେ ଦେଖିବାକୁ ମିଳିବ।

ନିକଟରେ ତାପସୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତାପସୀ ମଦ ପିଇ ନିଜ ସହକଳାକାରଙ୍କୁ ଚାପୁଡା ମାରିଛନ୍ତି। ତାପସୀ ଓ ତେଲୁଗୁ ଷ୍ଟାର ରଭି ତେଜାଙ୍କର ଏହି ଭିଡିଓ ଏବେ ବେଶ ଚର୍ଚ୍ଚାରେ ଅଛି। ଏହି ଭିଡିଓ ପାଇଁ ତାପସୀ ଟ୍ରୋଲର ଶିକାର ହୋଇଛନ୍ତି। ତାପସୀ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ୨୦୧୧ମସିହାରେ ରିଲିଜ ହୋଇଥିବା ଫିଲ୍ମର ଏହି ଭିଡିଓରେ ତାପସୀ ନିଜେ ଜାଣଙ୍କୁ ଚାପୁଡା ମାରିବାର ଦେଖାଯାଇଛନ୍ତି।

କାରଣ ଥପ୍ପଡ ଫିଲ୍ମର ଟ୍ରେଲରରେ ଦେଖା ଯାଇଛି ଯେ, ତାପସୀଙ୍କୁ ଚାପୁଡା ମାରିଥିବାରୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ସହ ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ଚାପୁଡା ପାଇଁ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଛି। ଥପ୍ପଡ ପାଇଁ ହିଁ ପୁରା କାହାଣୀ ଆରମ୍ଭ ହୋଇଛି। ତାପସୀ ନିଜ ଆତ୍ମସମ୍ମାନ ପାଇଁ ଲଢୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହି ଥପ୍ପଡ଼ ପୂର୍ବରୁ ତାଙ୍କର ହାପି ମ୍ୟାରେଡ୍‌ ଲାଇଫ୍‌ ଦେଖିବାକୁ ମିଳିଛି।

ତାପସୀଙ୍କର ଏହି ଫିଲ୍ମର ତୁଳନା ସୁପରହିଟ୍‌ ଫିଲ୍ମ କବୀର ସିଂହ ସହ ମଧ୍ୟ କରାଯାଇଛି। କାରଣ ଏହି ଫିଲ୍ମରେ କବୀର ନିଜ ପ୍ରେମିକା ପ୍ରୀତି ଉପରେ ହାତ ଉଠାଇବା ସତ୍ତ୍ବେ ସେ ନିଜ ପ୍ରେମିକଙ୍କୁ ଗ୍ରହଣ କରିଥିଲେ। ଅନୁଭବ ସିହ୍ନା ନିର୍ଦ୍ଦେଶିତ ଫିଲ୍ମ ଥପ୍ପଡରେ ଏହି କନ୍‌ସେପ୍ଟର ବିପରୀତ ଜିନିଷ ଦେଖିବାକୁ ମିଳିବ। ଫିଲ୍ମର କାହାଣୀ ଅନୁସାରେ ମହିଳାମାନେ ନିଜ ପ୍ରତି ହେଉଥିବା କୌଣସି ହିଂସାକୁ ସହିବା ଅନୁଚିତ୍‌।