ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ବଡ ଖବର ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଶ୍ରୀ_ଶ୍ରୀ_ବଳଦେବଜୀୟୁଙ୍କ_ଦେବସ୍ନାନ-ପୂର୍ଣ୍ଣିମା           କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ସ୍ନାନ ଯାତ୍ରା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଶୁକ୍ରବାର କମ ସଂଖ୍ୟକ ପୂଜକଙ୍କୁ ନେଇ ଶ୍ରୀଜୀୟୁଙ୍କ ପହଣ୍ଡି ବିଜେ ସକାଳ ୬ ଟାରେ ଆରମ୍ଭ ହୋଇ , ୭ଟା ରେ ସ୍ନାନ ମଣ୍ଡପ ରେ ପୂଜା ପାଇଥିଲେ । ମହାମାରୀ କରୋନା କୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଲକ ଡାଉନ ଓ ସଟ ଡାଉନ ଘୋଷଣା କରାଯାଇ ସାମାଜିକ ଦୂରତାକୁ ବଜାୟ ରଖା ଯାଉଥିବା ବେଳେ ଆଜି ଖୁବ କମ ସେବାୟତ ଙ୍କୁ ନେଇ ଶ୍ରୀଜୀୟୁଙ୍କ ସେବାକାର୍ଯ୍ୟ ହୋଇଥିଲା । ପ୍ରଶାସନ ତରଫରୁ ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଜାରି ହୋଇ ଥିବାରୁ ଭକ୍ତ ମାନେ ଶ୍ରୀଜୀୟୁଙ୍କୁୁ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି । ଆଜିର ଏହି ଦିନରେ ହଜାର ହଜାର ଭକ୍ତ ଏକାଠି ହୋଇ ଶ୍ରୀଜୀୟୁଙ୍କ ପାଖରେ ନିଜ ନିଜର ମାନସିକ ରଖି ଦର୍ଶନ କରିଥାନ୍ତି । କିନ୍ତୁ ବିଧିର ବିଧାନ ସରକାରଙ୍କ ନିର୍ଦ୍ଦେଶ ଅଣୁଯାୟୀ କରୋନା ଭୂତାଣୁ କୁ ପ୍ରତିହତ କରିବା ପାଇଁ ଲକଡାଉନ କାରଣରୁ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରି ଥିବାରୁ ଆଜି ରଥଦାଣ୍ଡରେ ଭକ୍ତମାନେ ଦେଖିବାକୁ ମିଳି ନଥିଲେ । ପୂର୍ବ ନିଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଶ୍ରୀଜୀୟୁଙ୍କର ସ୍ନାନ ଯାତ୍ରା ଶେଷ ହୋଇଛି ।