ଓଡିଶାରେ ୮୦ ସକ୍ରିୟ କରୋନା ରୋଗୀ

ଓଡିଶାରେ ୮୦ ସକ୍ରିୟ କରୋନା ରୋଗୀ

ଓଡିଶା ବଡ ଖବର

#ଓଡିଶାରେ_୮୦_ସକ୍ରିୟ_କରୋନା_ରୋଗୀ           ଭୁବନେଶ୍ୱର : ସୋମବାର ମଧ୍ୟରାତ୍ରୀ ସୁଦ୍ଧା ଓଡିଶାରେ ୨୬,୬୮୭ ଟି କୋଭିଡ୍ – ୧୯ ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧୮ଟି ନମୂନା ପଜିଟିଭ୍ ରହିଛି । ରାଜ୍ୟରେ ପଜିଟିଭ୍ ବ୍ୟକ୍ତିଙ୍କ ଶତକଡା ରହିଛି ୦.୪୪ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମଙ୍ଗଳବାର ସୁଦ୍ଧା ୮୦ ଜଣ ସକ୍ରିୟ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୧୮୧ ଜଣ ହସ୍ପିଟାଲ୍ ଆଇସୋଲେସନରେ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେହିପରି ଜିଲ୍ଲାୱାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଏବେ ମଧ୍ୟ ୪୬ ରୋଗୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ତେବେ ଗତ କିଛି ଦିନ ଧରି ଏହି ଜିଲ୍ଲାରୁ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହିଁ । ଖୋର୍ଦ୍ଧା ପରେ ଯାଜପୁର ଓ ଭଦ୍ରକରେ ୧୯ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୧୬ , ସୁନ୍ଦରଗଡରେ ୧୦ , କୋରାପୁଟ ଓ କେନ୍ଦ୍ରାପଡାରେ ୨ ଜଣ ଲେଖାଏଁ , କୋରାପୁଟ , ଢେଙ୍କାନାଳ ,କଟକ ଓ ପୁରୀରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।