କୋଭିଡ-୧୯ ମହାମାରୀ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାବୈଠକ

କୋଭିଡ-୧୯ ମହାମାରୀ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାବୈଠକ

ଦେଶ -ବିଦେଶ ବଡ ଖବର

#ପ୍ରଧାନମନ୍ତ୍ରୀଙ୍କ_ସମୀକ୍ଷା_ବୈଠକ         ନୂଆ ଦିଲ୍ଲୀ  : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି  ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସଦସ୍ୟ, ନୀତି ଆୟୋଗ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଦେଶର ବିଭିନ୍ନ ଭାଗର ପରିସ୍ଥିତି ଏବଂ ରାଜ୍ୟଗୁଡିକର ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ । ସର୍ବ ସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳାକୁ ଦୃଢ ଭାବେ ପାଳନ କରିବାକୁ ସୁନିଶ୍ଚିତ କରିବା ଲାଗ ିପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କୋଭିଡଉପରେବ୍ୟାପକ ସଚେତନତା ଏବଂ ସଂକ୍ରମଣର ବୃଦ୍ଧିକୁ ରୋକିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ଉଚିତବୋଲିସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଏ ବାବଦରେ କୌଣସି ପ୍ରକାରରଢିଲାପଣକୁ ପରିତ୍ୟାଗ କରିବା ଆବଶ୍ୟକ ।

ଦିଲ୍ଲୀ ମହାମାରୀ ପରିସ୍ଥିତିରେ ସୁଧାର ଆଣିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇକହିଥିଲେ ଯେ, ସମଗ୍ର ଏନସିଆର ଅଂଚଳରେ କୋଭିଡ-୧୯ ମହାମାରୀକୁ ପ୍ରତିହତ କରିବା ଦିଗରେ ଅନ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ ।

ଏହି ଅବସରରେ ଅହମ୍ମଦାବାଦରେ ‘ଧନ୍ୱନ୍ତରୀ ରଥ’ ମାଧ୍ୟମରେ ନିରୀକ୍ଷଣ ଏବଂ ଗୃହ ଭିତିକ ଯତ୍ନର ସଫଳତାବିଷୟରେଚର୍ଚ୍ଚା କରାଯାଇଥିଲା ଏବଂ ଏହାକୁ ଅନ୍ୟ ସ୍ଥାନରେ ଅନୁକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଉଚ୍ଚ ସଂକ୍ରମଣ ହାର ଥିବା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରର ନିରୀକ୍ଷଣ ଏବଂ ମାର୍ଗଦର୍ଶନ ସହାୟତାଉପଲବ୍ଧ କରାଇବା ଉଚିତ ।