ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣଗଲା

#ପୁଅର_ଟାଙ୍ଗିଆ_ଚୋଟରେ_ବାପାର_ପ୍ରାଣଗଲା  ବାରିପଦା : ପାରିବାରିକ କଳହର କରୁଣ ପରିଣତି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗାଁରେ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତବ୍ୟକ୍ତି ଜଣଙ୍କ ହେଲେ ରାବଣ ସୋରେନ। ଅଭିଯୁକ୍ତ ପୁଅ ରମେଶ ସୋରେନକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଆଜି ସକାଳେ କୌଣସି କଥାକୁ  ଉଭୟ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା। […]

Continue Reading

ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

କପ୍ତିପଦା : ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର ଶୋଭାକର ସିଂ ଗୁରୁବାର ଅପରାହ୍ନରେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଛନ୍ତି। କାଯର୍‌ୟାଳୟରେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇ ନ ଥିବା ବେଳେ ତାଙ୍କ ହାତ ଧୋଇବା ପରେ ରାସାୟନିକ ଲାଲି ପାଣି ବାହାରି ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଲାଞ୍ଚ ଟଙ୍କା ଫରେଷ୍ଟର […]

Continue Reading

ବାହାଘର ଭୋଜି ଖାଇ ୬୦ ଅସୁସ୍ଥ

ବାରିପଦା : ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ  ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ।  ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ଆଜି ସକାଳୁ ବହୁ ଜଣ ଘରକୁ ଫେରିଥିବା ଜଣାଯାଇଛି। ରବିବାର ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କର ବାନ୍ତି ସହ ପେଟବ୍ୟଥା ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା […]

Continue Reading

ମୟୂରଭଞ୍ଜର ଟୁସୁ ପର୍ବ

ବାରିପଦା  : ଗଣପର୍ବ ମକର ପାଇଁ ରାଜ୍ୟର ଅନେକ ସ୍ଥାନରେ ମେଳା ମହୋତ୍ସବ ଲାଗି ରହିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନାବରା ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରୁଛନ୍ତି ମହାନ୍ତ ସଂପ୍ରଦାୟ ଲୋକେ। ନିତ୍ୟକର୍ମ ସାରିବା ପରେ କୁମାରୀ ଓ ମହିଳାମାନେ ପାଦରେ ଅଳତା ନାଇ ନୂଆ ଲୁଗା ପରିଧାନ କରି ଟୁସୁ ପୂଜାରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁସାରେ, ଆରାଧ୍ୟ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ପିଠାପଣା ଲାଗି ହୁଏ। […]

Continue Reading

ଆଜିଠୁ ରାଜ୍ୟବ୍ୟାପୀ ପକ୍ଷୀ ଗଣନା ଆରମ୍ଭ

ଅନୁଗୋଳ/ବାରିପଦା(ବିଶ୍ବଜିତ ପଟନାୟକ/ଆଶିଷ କୁମାର ଦେ): ଆଜିଠୁ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୪୦ ଜଣ ବନବିଭାଗ କର୍ମଚାରୀଙ୍କ ବ୍ୟତିତ ସାମ୍ବାଦିକ ଓ ପରିବେଶପ୍ରେମୀ ନିୟୋଜିତ ହୋଇଛନ୍ତିା ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବହୁ ବିରଳ ତଥା ବିଦେଶାଗତ ପକ୍ଷୀଙ୍କ ପ୍ରିୟ ସ୍ଥଳୀ ରୂପେ ମହାନଦୀ […]

Continue Reading

ପୋଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳୁନି ପରିଚୟ

ବାରିପଦା :  ( ଆଶିଷ କୁମାର ଦେ ) ବାରିପଦା ସହରର ବାରୁଣି ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକଙ୍କ ଆନୁମାନିକ ବୟସ ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ପୋଲ ବାଡ଼ରେ ଏକ ରଶି ବନ୍ଧା ଯାଇଥିବା ବେଳେ ସେଥିରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ […]

Continue Reading