ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣଗଲା

ଓଡିଶା ଜିଲ୍ଲା ମୟୂରଭଞ୍ଜ ରାଜ୍ୟ

#ପୁଅର_ଟାଙ୍ଗିଆ_ଚୋଟରେ_ବାପାର_ପ୍ରାଣଗଲା  ବାରିପଦା : ପାରିବାରିକ କଳହର କରୁଣ ପରିଣତି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗାଁରେ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତବ୍ୟକ୍ତି ଜଣଙ୍କ ହେଲେ ରାବଣ ସୋରେନ। ଅଭିଯୁକ୍ତ ପୁଅ ରମେଶ ସୋରେନକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଆଜି ସକାଳେ କୌଣସି କଥାକୁ  ଉଭୟ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।