୧୯ରୁ ମାଟ୍ରିକ ପରୀକ୍ଷା : ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

କଟକ : ଚଳିତ ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥର ୫ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ଜଣାପଡ଼ିଛି। ପ୍ରାୟ ୧ ହଜାର ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଏହାସହ ନୋଡ଼ାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ […]

Continue Reading

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା କବି ରବି ସିଂଙ୍କ ଶେଷକୃତ୍

ଭୁବନେଶ୍ବର: କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିପ୍ଲବୀ କବି ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ, ରବିବାର ସକାଳେ ୮୮ ବର୍ଷ ବୟସରେ ବର୍ଷିଆନ ବିପ୍ଲବୀ କବି ରବି ସିଂଙ୍କର ପରଲୋକ ଘଟିଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ଏକ ଧାରାରେ ଜଣେ ସାମ୍ୟବାଦୀ ନେତା, ଅନୁବାଦକ, ସୁବକ୍ତା, ସମାଲୋଚକ ଓ ଶାଣିତ ଶବ୍ଦ ସଂଯୋଜନାର ଅନନ୍ୟ କର୍ଣ୍ଣଧାର ଭାବେ ପରିଚିତି ଲାଭ […]

Continue Reading

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ: ବିପ୍ଲବୀ କବି ରବି ସିଂଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂ ଗତ ୫ ଦିନଧରି କଟକର ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ତିନି ଦିନ ତଳେ ଘରକୁ ଫେରିଥିଲେ । ତେବେ ଆଜି ସକାଳେ ହଠାତ ଅସୁସ୍ଥ ହୋଇପଡ଼ି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରବି […]

Continue Reading

ଫୁଲନଖରାରେ ଦୁର୍ଘଟଣା, ୧ ମୃତ

ଭୁବନେଶ୍ୱର: ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରାଠାରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଫଳରେ ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ବିଶେଷ ଭାବରେ ସନ୍ଧ୍ୟା ସମୟରେ ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥ ପ୍ରବଳ ଜାମ ରହେ […]

Continue Reading

୯ରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା

କଟକ : ଆସନ୍ତା ୯ ତାରିଖରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା । କେନ୍ଦ୍ର ଏବଂ ଓଡିଶା ସରକାରଙ୍କ MSME ବିଭାଗ ଏବଂ ଓଡିଶା ଶିଳ୍ପ ସଂଘର ସହଯୋଗରେ ଏହି ମେଳା ଆୟୋଜିତ ହେବ । ଯେଉଁଥିରେ ୨୦୦ ଟି ଷ୍ଟଲ ଖୋଲିବାର ପ୍ରସ୍ତାବ ରହିଛି । ମେଳାରେ ୧୦ ଟି ପାଭିଲିଅନ ରହିବ । ଏହା ବ୍ୟତୀତ ଖାଦ୍ୟ ଷ୍ଟଲ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପର ଉତ୍ପାଦନ, କାରିଗରୀ ଜ୍ଞାନ କୌଶଳ, ହସ୍ତତନ୍ତ ପରି ବିଭିନ୍ନ […]

Continue Reading

ମୋ ମାଆକୁ ମାରିଦେଲା ଏସ୍‌ସିବି

କଟକ: ଠିକ୍‌ରେ ଚିକିତ୍ସା ନକରି ମୋ ମାଆକୁ ମାରିଦେଲା କଟକ ଏସ୍‌ସିବି ମେଡିକାଲ୍‌। ଏପରି ଅଭିଯୋଗ ଆଣି ‘ମୋ ସରକାର’ ମୁଖା ଖୋଲିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣାର କୃଷ୍ଣଚନ୍ଦ୍ର ସାହୁ। ମାଆଙ୍କ ଚିକିତ୍ସା ଅବହେଳା ନେଇ ସେ ବାରମ୍ୱାର ‘ମୋ ସରକାର’କୁ ଫୋନ୍‌ କରିଥିଲେ। ହେଲେ ଫଳ ମିଳିଥିଲା ଶୂନ। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ମେଡିକାଲ୍‌ରେ ପ୍ରାଣ ହରାଇଛନ୍ତି କୃଷ୍ଣଙ୍କ ମାଆ ସାବିତ୍ରୀ। ଏନେଇ କୃଷ୍ଣ ଆଜି ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ମଧ୍ୟ […]

Continue Reading

ଚିତ୍ରା ହରିଣର ଲାଞ୍ଜ ଛିଡ଼ାଇଲେ କୁକୁରପଲ

ବାରଙ୍ଗ:  ବାରଙ୍ଗ ଅଞ୍ଚଳର ବିଛିପୁର ଗହିର ପାଖରୁ କେତେକ ଚାଷୀ ଗୁରୁବାର ସକାଳେ ଗୋଟାଏ ଚିତ୍ରା ହରିଣକୁ କୁକୁରମାନଙ୍କ କବଳରୁ ଉଦ୍ଧାର କରିଛନ୍ତି। ପାହାନ୍ତାରେ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ଦୁଇଟା ହରିଣ କେନାଲ ପାରି ହୋଇ ବିଛିପୁର ଗହିରକୁ ଚାଲିଆସିଥିଲେ। ସକାଳ ପ୍ରାୟ ୭ଟା ବେଳେ ଏହି ଶିଙ୍ଗାଳଟି (ଅଣ୍ଡିରା ହରିଣ) ବାରଙ୍ଗ ବ୍ଲକ୍‌ ପଛ କେନାଲ ବନ୍ଧରେ ପଲେ କୁକୁରଙ୍କ ହାବୁଡ଼ରେ ପଡ଼ିଯାଇଥିଲା। କୁକୁରମାନେ ତା’ ପଛପଟୁ କାମୁଡ଼ି ଝୁଣି ପକାଇବା ସହ ତା’ ଲାଞ୍ଜଟିକୁ ଛିଡ଼ାଇ  […]

Continue Reading

ଚର୍ଚ୍ଚାରେ ଟିକ୍‌ଟକ୍‌ ଦିଦି ,ଏସ୍‌ସିବିରେ ରୋଗୀଙ୍କୁ ପିଟୁଛି କିଏ?

କଟକ : ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି ଏସ୍‌ସିବି ମେଡିକାଲ୍‌। ଏହି ମେଡିକାଲ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେବେଳେ ଡାକ୍ତରଙ୍କୁ ରୋଗୀ ତ ଆଉ କେତେବେଳେ ରୋଗୀଙ୍କୁ ଡାକ୍ତର ମାଡ଼ ମାରୁଛନ୍ତି। ତେବେ ଆଜି ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ମେଡିକାଲ୍‌ରେ ଚିକିତ୍ସାଧୀନ ନିରାଶ୍ରୟ ରୋଗୀଙ୍କୁ ମାଡ ମରାଯାଉଛି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବଡ଼ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ହୋସ୍‌ ଉଡିଯାଇଛି। ନିରାଶ୍ରୟ […]

Continue Reading

ଆଜି ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଞ୍ଜୁ ପଣ୍ଡା

କଟକ:  ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି  ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଆଜି ଦାୟିତ୍ୱ ଗ୍ରହଣ କରିବେ।  ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ  ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ  ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି  ରାମନାଥ […]

Continue Reading

୨୦୨୦ରେ ପୁଲିସ ହେବ ଲୋକଙ୍କ ନିକଟତର – ଡିଜିପି

କଟକ: ଓଡିଶା ପୋଲିସ ଯେପରି ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ନୂଆବର୍ଷରୁ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ମଙ୍ଗଳବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟାରେ ଅଧିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ନେଇ ଗୁରୁତ୍ୱ ଦିଆଯିବ। ସେହିପରି ମହିଳା ଓ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ କିପରି ଅଧିକ ଯତ୍ନବାନ ହେବେ ଏ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ। ବୁଧବାର […]

Continue Reading