୨୦୨୦ରେ ପୁଲିସ ହେବ ଲୋକଙ୍କ ନିକଟତର – ଡିଜିପି

ଓଡିଶା କଟକ ଜିଲ୍ଲା ବଡ ଖବର ରାଜ୍ୟ

କଟକ: ଓଡିଶା ପୋଲିସ ଯେପରି ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ନୂଆବର୍ଷରୁ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ମଙ୍ଗଳବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟାରେ ଅଧିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ନେଇ ଗୁରୁତ୍ୱ ଦିଆଯିବ। ସେହିପରି ମହିଳା ଓ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ କିପରି ଅଧିକ ଯତ୍ନବାନ ହେବେ ଏ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ। ବୁଧବାର ନବବର୍ଷ  ଉତ୍ସବ ପାଳନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷକରି ନୂଆବର୍ଷରେ ଜଗନ୍ନାଥଙ୍କ ଦର୍ଶନ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥାଏ। ସେ ଦୃଷ୍ଟିରୁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଜନସାଧାରଣ ପୋଲିସ ଏ ଦିଗରେ ସହାୟତା କରିବା ସହ ପୁରୀ ଟ୍ରାଫିକ ପୋଲିସ ନିୟମ ମାନି ଚଳିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ଡିଜି ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି।