୯ରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା

ଓଡିଶା କଟକ ଜିଲ୍ଲା ବାଣିଜ୍ୟ ରାଜ୍ୟ

କଟକ : ଆସନ୍ତା ୯ ତାରିଖରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା । କେନ୍ଦ୍ର ଏବଂ ଓଡିଶା ସରକାରଙ୍କ MSME ବିଭାଗ ଏବଂ ଓଡିଶା ଶିଳ୍ପ ସଂଘର ସହଯୋଗରେ ଏହି ମେଳା ଆୟୋଜିତ ହେବ । ଯେଉଁଥିରେ ୨୦୦ ଟି ଷ୍ଟଲ ଖୋଲିବାର ପ୍ରସ୍ତାବ ରହିଛି ।

ମେଳାରେ ୧୦ ଟି ପାଭିଲିଅନ ରହିବ । ଏହା ବ୍ୟତୀତ ଖାଦ୍ୟ ଷ୍ଟଲ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପର ଉତ୍ପାଦନ, କାରିଗରୀ ଜ୍ଞାନ କୌଶଳ, ହସ୍ତତନ୍ତ ପରି ବିଭିନ୍ନ ଷ୍ଟଲ ଏହି ବାଣିଜ୍ୟ ମେଳାରେ ସ୍ଥାନିତ ହେବ । ବାଣିଜ୍ୟ ମେଳା ୫ ଦିନ ଯାଏଁ ଚାଲିବ । ଏହାଦ୍ବାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ଭଲ ଏକ୍ସପୋଜର ପ୍ରଦାନ କରିବା ସହିତ ଜନ ସାଧାରଣଙ୍କୁ ସ୍ଥାନୀୟ ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ହେଉଛି ମେଳାର ମୁଖ୍ୟ ଲକ୍ଷ ।