୧୦୦ ଶଯ୍ୟା ବିଶିଷ୍ଟ କରୋନା ଡାକ୍ତରଖାନା ଉଦଘାଟନ

୧୦୦ ଶଯ୍ୟା ବିଶିଷ୍ଟ କରୋନା ଡାକ୍ତରଖାନା ଉଦଘାଟନ

ବଡ ଖବର ଓଡିଶା କେନ୍ଦ୍ରାପଡା

#୧୦୦_ଶଯ୍ୟା_ବିଶିଷ୍ଟ_କରୋନା_ଡାକ୍ତରଖାନା_ଉଦଘାଟନ        କେନ୍ଦ୍ରାପଡା  : କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ବୁଧବାର ଉଦ୍ଘାଟିତ ହୋଇ ଯାଇଛି । ଜିଲ୍ଲାର ୫ନଂ ‘କ’ ଜାତୀୟ ରାଜପଥ ର ଛତା ଠାରେ ଥିବା ପଲି ଟେକନିକ୍ କଲେଜ ପରିସରରେ ଏହି ସ୍ୱତନ୍ତ୍ର ଚିକିତ୍ସାଳୟ ଯୁଦ୍ଧ କାଳୀନ ଭିତିରେ ସ୍ଥାପନ କରାଯାଇଛି ।  ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିୟାନ ବୁଧବାର ପୂର୍ବାହ୍ନରେ ଏହି ଚିକିତ୍ସାଳୟ କୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ସବ କଲେକଟର ଜ୍ୟୋତି ଶଙ୍କର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଚିକିତ୍ସାଳୟର ଅନ୍ୟ ଆନୁସଙ୍ଗିକ ସୁବିଧା ସଂପର୍କରେ ଆଲୋଚନା କରିଥିଲେ । ସମ ହସପିଟାଲ ର ସହାୟତାରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ୧୦ ଟି ଆଇସିୟୁ ୟୁନିଟ ରଖା ଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର କରା ଯାଇଛି ବୋଲି ଜଣା ପଡିଛି ।