ଡିଆରଡିଏ ଓ ତହସିଲ ଅଫିସରେ ବିଶୋଧକ ସିଞ୍ଚନ

ଡିଆରଡିଏ ଓ ତହସିଲ ଅଫିସରେ ବିଶୋଧକ ସିଞ୍ଚନ

ଓଡିଶା କେନ୍ଦ୍ରାପଡା ବଡ ଖବର

#ଡିଆରଡିଏ_ଓ_ତହସିଲ_ଅଫିସରେ_ବିଶୋଧକ ସିଞ୍ଚନ       କେନ୍ଦ୍ରାପଡା  :  କେନ୍ଦ୍ରାପଡା ସହର ରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ କୁ ବିଶୋଧକ ପକାଯାଇ ଜୀବାଣୁ ମୁକ୍ତ କରାଯାଇ ଥିବା ଜଣା ପଡିଛି । ବୁଧବାର ଅଗ୍ନିଶମ ବିଭାଗ ସହାୟତାରେ ଏହି ଉଭୟ କାର୍ଯ୍ୟାଳୟ ପରିସର ରେ ଥିବା କୋଠରି ଓ
ଆସବାପତ୍ର ସହ ପରିସର କୁ ବିଶୋଧକ ସିଂଚନ କରାଯାଇ ଥିଲା । ଉଭୟ କାର୍ଯ୍ୟାଳୟରେ ଦୈନିକ ଶହ ଶହ ଲୋକଙ୍କର ଭିଡ ରହୁଥିବାରୁ କରୋନା ସଂକ୍ରମଣ ଜନିତ ଆଶଙ୍କା ଦୂର କରିବା ପାଇଁ ଏହା କରାଯାଇ ଥିବା ଜଣା ପଡିଛି ।