ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ – ମୁଖ୍ୟମନ୍ତ୍ରୀ ଆଲୋଚନା , ମନରେଗା ଶ୍ରମିକଙ୍କୁ  ୫୦ଦିନର ମଜୁରୀ ପ୍ରଦାନ କରିବାକୁ  ଦାବି

ବଡ ଖବର ଓଡିଶା

#କରୋନା_ମୁକାବିଲା_ନେଇ_ପ୍ରଧାନମନ୍ତ୍ରୀ_ମୁଖ୍ୟମନ୍ତ୍ରୀ_ଆଲୋଚନା      ଭୁବନେଶ୍ୱର   : କରୋନା ସଂକ୍ରମଣକୁ ରୋକିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେତେକ ଦାବି ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଟିମ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଚ୍ଚସ୍ତରୀୟ ଟିମ୍ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ପରିସ୍ଥିତି ଉପରେ ଆଲୋଚନା କରିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ କେତେକ ଦାବି ଉପସ୍ଥାପନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନରେଗା ଶ୍ରମିକମାନଙ୍କୁ ଅତିକମରେ ୫୦ଦିନର ମଜୁରୀ ପ୍ରଦାନ କରାଯାଉ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସହ ·ଷୀଙ୍କ ପାଇଁ ଉଦ୍ଦିଷ୍ଟ ପିଏମକିଷାନର ଅତିରିକ୍ତ କିସ୍ତି, ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ଆର୍ଥିକ ପ୍ୟାକେଜ୍ ଆଦି ନିମନ୍ତେ କେନ୍ଦ୍ର ସରକାର ଆଗୁଆ ଅର୍ଥ ପ୍ରଦାନ କରୁ ବୋଲି ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଦେଶ ଗସ୍ତ ଉପରେ କଟକଣା, ପ୍ରଭାବିତ ଅଂଚଳରୁ ଭାରତୀୟଙ୍କୁ ବିମାନରେ ସ୍ୱଦେଶ ଅଣାଯିବା ଓ କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଉପଯୋଗ ନିମନ୍ତେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ପ୍ରଶଂସା କରିଥିଲେ ।

ଏହାସହିତ କେତେକ କରୋନା ପରିସ୍ଥିତିର ଦୃଢ ମୁକାବିଲା ପାଇଁ କେତେକ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଉଭୟ ଘରୋଇ ଓ ସରକାରୀ ଭାବେ ମାଗଣା ନମୂନା ପରୀକ୍ଷଣ ପାଇଁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର ସ୍ଥାପନ ଏବଂ ପ୍ରତିଷେଧକ ଉପକରଣ, ମାସ୍କ ଓ ଅନ୍ୟ ଉପକରଣ ଉପଲବ୍ଧ କରାଇବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ।

ଏହି ଭିଡିଓ କନଫରେନ୍ସିଂ ସମୟରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ରାଜ୍ୟର ସମସ୍ତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।