ଆଜିଠୁ ଭୁବନେଶ୍ୱରେ ଲାଗୁ ହେବ ଯୁଗ୍ମ ଅଯୁଗ୍ମ ଫର୍ମୁଲା

ଆଜିଠୁ ଭୁବନେଶ୍ୱରେ ଲାଗୁ ହେବ ଯୁଗ୍ମ ଅଯୁଗ୍ମ ଫର୍ମୁଲା

ଓଡିଶା ବଡ ଖବର ମହାନଗର

#ଆଜିଠୁ_ଭୁବନେଶ୍ୱରେ_ଲାଗୁ_ହେବ_ଯୁଗ୍ମ_ଅଯୁଗ୍ମ_ଫର୍ମୁଲା    ଭୁବନେଶ୍ୱର  :  ରାଜଧାନୀ ଦିଲ୍ଲୀ ଭଳି ଭୁବନେଶ୍ୱରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ ଗାଡ଼ି । ବସ୍, ଅଟୋ ରିକ୍ସା ଓ ଅନ୍ୟ ସାଧାରଣ ପରିବହନ ଯୋଗାଉଥିବା ଗାଡ଼ି ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡ଼ିବ । ତେବେ ଘରୋଇ ଓ ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି । ଏସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରୀ କରାଯାଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ ଶନିବାର ଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ । ଫଳରେ ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ । ସେହିପରି ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୦, ୨, ୪, ୬ ଓ ୮ ଥିଲେ, ସେହି ପ୍ରକାର ଗାଡ଼ିଗୁଡ଼ିକ ରବିବାର ଯାତାୟତ କରିପାରିବ ।

ଯୁଗ୍ମ-ଅଯୁଗ୍ମ ନମ୍ବରଯୁକ୍ତ ଯାନବାହାନ ଚଳାଚଳ ନିୟମ ବ୍ୟକ୍ତିଗତ ଗାଡ଼ି ଉପରେ ଲାଗୁ ହେବ ନାହିଁ । ସେହିପରି ସରକାରୀ ଗାଡ଼ି ଅଥବା ଜରୁରୀକାଳୀନ ପରିସ୍ଥିତିରେ ଭଡାରେ ନିଆଯାଉଥିବା ଗାଡ଼ିକୁ କୌଣସି ଅସୁବିଧା ହେବ ନାହିଁ । ଘରୋଇ ହସ୍ପିଟାଲ ଦ୍ୱାରା ଡାକ୍ତର ଓ ହସ୍ପିଟାଲ କର୍ମ·ରୀଙ୍କୁ ନେବା-ଅ ।ଣିବାରେ କୌଣସି ଅସୁବିଧା ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।