ମାନବତା ବିରୋଧୀ ଲଢେଇରେ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ: ମୋଦୀ

ମାନବତା ବିରୋଧୀ ଲଢେଇରେ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ: ମୋଦୀ

ଦେଶ -ବିଦେଶ ବଡ ଖବର

#ମାନବତା_ବିରୋଧୀ_ଲଢେଇରେ_ଭାରତ_ଯଥା_ସମ୍ଭବ_ସାହାଯ୍ୟ_କରିବ      ନୂଆଦିଲ୍ଲୀ  :  କରୋନା ବିରୋଧିଲଢେଇ ମଧ୍ୟରେ ଆମେରିକା ଦ୍ୱାରା ମଗାଯାଇଥିବା ଔଷଧର ରପ୍ତାନୀକୁ ମଞ୍ଜୁରୀ ଦିଆଯିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତର ସହାୟତାକୁ ଆମେରିକା କେଭେ ଭୁଲିବ ନାହିଁ । ଏଥିରେ ମାନବତାକୁ ବେଶ୍ ସାହାଯ୍ୟ ମିଳିବ । ଟ୍ରମ୍ପଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମଧ୍ୟ  ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆହ୍ୱାନପୂର୍ଣ୍ଣ ସମୟରେ ବନ୍ଧୁ ହିଁ ନିକଟତର ହୋଇଥାଏ । ମାନବତା ବିରୋଧୀ ଲଢେଇରେ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ ।

ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜ୍ଞାପନ କରି ଗୁରୁବାର ଟୁଇଟ୍ କରି କହିଛନ୍ତି ଯେ, ମୁଁ ଆପଣଙ୍କ ସହ ପୂର୍ଣ୍ଣ ସହମତ  । ଗମ୍ଭୀର ସ୍ଥିତିରେ ହିଁ ବନ୍ଧୁ ପାଖେଇ ଆସିଥାଏ । ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ପୂର୍ବରୁ ଅଧିକ ମଜବୁତ ଅଛି । ଭାରତ କୋଭିଡ୍-୧୯ ବିରୋଧୀ ମାନବତା ଲଢେଇରେ ସାହାଯ୍ୟ ପାଇଁ ଯଥା ସମ୍ଭବ ପ୍ରୟାସ କରିବ । ଆମେ ଏକା ସଙ୍ଗେ କରୋନା ଲଢେଇରେ ବିଜୟୀ ହେବୁ ।

ଉଲ୍ଲେଖନୀୟ ଭାରତ ପକ୍ଷରୁ କରୋନା ଚିକିତ୍ସାରେ ବେଶ୍ ସହାୟକ ହେବାକୁ ଥିବା ମାଲେରିଆ ଔଷଧ ହାଇଡ୍ରୋ କ୍ଲୋରୋକୁଇନର ରପ୍ତାନୀକୁ ମଞ୍ଜୁରୀ ଦିଆଯିବା ପରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଭାରତର ଏହି ସାହାଯ୍ୟକୁ କେବେ ଭୁଲି ପାରିବ ନାହିଁ । ସେ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପଠାଇବା ପାଇଁ ଭାରତ ଓ ଭାରତର ଲୋକଙ୍କ ପ୍ରତି ଧନ୍ୟବାଦ ଜଣାଇ କହିଥିଲେ ଯେ, ଏମିତି ଗମ୍ଭୀର ସମୟରେ ବନ୍ଧୁ ମଧ୍ୟରେ ସହଯୋଗ ଆବଶ୍ୟକ ହୋଇଥାଏ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି କହିଥିଲେ ଯେ, ତାଙ୍କ ମଜବୁତ ନେତୃତ୍ୱରେ କେବଳ ଭାରତକୁ ସହାୟତା ମିଳିବ ନାହିଁ ବରଂ ପୂରା ମାନବତାକୁ ସାହାଯ୍ୟ ମିଳିବ ।