ଆରମ୍ଭ ହେଲା ବରଗଡ଼ରେ କଂସରାଜ

ଓଡିଶା ଜିଲ୍ଲା ବଡ ଖବର ବରଗଡ଼

ବରଗଡ଼: ବରଗଡ଼ରେ ଆରମ୍ଭ ହେଲା କଂସରାଜ | ଆଜି ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ୭୧ ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହାକୁ ଉଦଘାଟନ କରିଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏଠାରେ ସୂଚନା ଥାଉ କି ଆଜିଠାରୁ ବରଗଡ଼ ମଥୁରା ନଗରୀ ପାଲଟି ଯାଇଥିବାବେଳେ ଅମ୍ବାପାଲି ପାଲଟିଯାଇଛି ଗୋପପୁର | ସେହିପରି ଚିର ପ୍ରବାହିତ ଜୀରା ନଦୀ  ପାଲଟିଯାଇଛି ଯମୁନା ନଦୀ |

 

ଏହାସହ ବରଗଡ଼ର ଆବାଳବୃଦ୍ଧ ବନିତା ପାଲଟିଯାଇଛନ୍ତି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ କଳାକାର । ସାରା ସହରକୁ ସୁନ୍ଦର ଆଲୋକମାଳାରେ ସଜେଇ ଦିଆଯାଇଥିବା ବେଳେ ଧନୁଯାତ୍ରା ମହାମଂଚରେ କଳାକାରମାନଙ୍କ ଅଭିନୟ ଦେଖିବାକୁ ମିଳିଛି |

ଆଜି ପ୍ରଥମ ଦିନରେ ରାଜକୀୟ ଆଡ଼ମ୍ବର ସହିତ ଦେବକୀ ଓ ବାସୁଦେବଙ୍କ ବିବାହ ସ୍ଥାନୀୟ ରାମଜୀ ମନ୍ଦିରରେ ସଂପନ୍ନ ହେବ । ଦୈବବାଣୀ ଶୁଣି ଭୟଭୀତ ହୋଇ କଂସ, ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିବ ଏବଂ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆହୋରଣ କରିବାର ଦୃଶ୍ୟ ଅଭିନୀତ ହେବ ।